୩ କୋଟି ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କୁଳିଅଣାରୁ ୩ କେଜି ୨୮୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଆଜି ଭୋରରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍‌  ଟିମ୍ ଚଢଉ କରି ଏହି ବ୍ରାଉନସୁଗର ଜବତ କରିଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ବ୍ରାଉନସୁଗର ଡିଲର। ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢଉ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ଏହି ନିଶା ବେପାରର ଚେର କେଉଁଆଡ଼େ ଲମ୍ବିଛି, ତାହାର ତଦନ୍ତ ଚାଲିଛି। ଏହି ନେଟଓ୍ୱର୍କରେ କେତେ ନିଶା ବେପାରୀ କାମ କରୁଛନ୍ତି, ସେ ନେଇ କ୍ରାଇମବ୍ରାଞ୍ଚର STF ଖୋଳତାଡ଼ କରୁଛି।

୨୦୨୦ ମସିହାରେ ଏପର୍ଯ୍ୟନ୍ତ ୧୫ କେଜି ୬୪୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୪୦ ଜଣ ଗିରଫ ହୋଇଛନ୍ତି। ଆଗକୁ ମଧ୍ୟ ଚଢ଼ଉ ଜାରି ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ଆଜି କ୍ରାଇମବ୍ରାଞ୍ଚ STF ବ୍ରାଉନସୁଗର ଜବତ କରିଥିବା ଟ୍ୱିଟ୍ କରି ସୂଚନା ଦେଇଥିଲେ ପୁଲିସ ଡିଜି ଅଭୟ।

ଆହୁରି ପଢ଼ନ୍ତୁ

ବେଡ୍‌ ମିଳିଲାନି ବୋଲି…

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା…

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ନେଇ ସହର ବୁଲିଲେ ସଂପର୍କୀୟ

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ମୋଦିଙ୍କ ଜନ୍ମ ସପ୍ତାହରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

କାହିଁକି ସୁପ୍ରିମକୋର୍ଟ ଗଲେ ବର୍ଷା ?

ଦେବୀଙ୍କ ପରେ ଆଗକୁ କାହା ପାଳି ପଡ଼ିବ ?

‘ଗର୍ଭବତୀ, ଶିଶୁ ଓ ବୟସ୍କଙ୍କ ପାଇଁ କୋଭିଡ୍ ହସ୍ପିଟାଲ ଯିବା ଜରୁରୀ’