ବିଏସଏଫ୍ ଯବାନ ଗିରଫ: ବାହା ହେବାକୁ କହି…

ମାଲକାନଗିରି: ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ଓ ମହିଳା  ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ସମ୍ପର୍କ ତୁଟାଇବା ଅଭିଯୋଗରେ ଜଣେ ବିଏସଏଫ୍ ଯବାନ ସୁରେଶ କୁମାରଙ୍କୁ ପୋଲିସ ଗିରଫ କରିଛି। ୨୦୧୩ ମସିହାରେ ମାଲକାନଗିରି ଜିଲ୍ଲାର ଏମଭି ୭୯ କ୍ୟାମ୍ପରେ ଥିବାବେଳେ ସୁରେଶ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଶାରୀରିକ ସଂପର୍କ ରଖିଥିଲେ। ଏହାର ବର୍ଷକ ପରେ ଯୁବତୀ ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ସୁରେଶ ଯୁବତୀଙ୍କୁ ମୁର୍ସିଦାବାଦ ନେଇ ଯାଇଥିଲେ। ସେଠାରେ ତାଙ୍କୁ ନିର୍ଯାତନା ଦେଉଥିଲେ। ପରେ ସେ ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ।

୨ ବର୍ଷ ଧରି ସୁରେଶ କୌଣସି ସଂପର୍କ ନ ରଖିବା ପରେ ଯୁବତୀ ଜଣଙ୍କ ବାଧ୍ୟ ହୋଇ ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ସୁରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି