ଫିଲ୍ମ ପ୍ରମୋସନ୍ ପାଇଁ ଦିଲ୍ଲୀ ଗଲେ ବୁଦ୍ଧିଆ

ଭୁବନେଶ୍ୱର: ଅଗଷ୍ଟ ୫ ତାରିଖରେ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ପ୍ରମୋସନ୍ ପାଇଁ ଦିଲ୍ଲୀ ଯାଇଛନ୍ତି ବୁଦ୍ଧିଆ ସିଂ। ଫିଲ୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ଏହି ସୂଚନା ଦେଇଛନ୍ତି। ବୁଦ୍ଧିଆଙ୍କ ସହିତ ତାଙ୍କ ମା’ ସୁକାନ୍ତି ବି ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ସେଠାରେ ରିଲ୍ ବୁଦ୍ଧିଆଙ୍କ ସହିତ ରିୟଲ ବୁଦ୍ଧିଆଙ୍କ ଭେଟ ହେବ। ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ରେ ବୁଦ୍ଧିଆଙ୍କ ଭୂମିକାରେ ଅଭିନୟ କରିଛନ୍ତି ମୟୂର ମହେନ୍ଦ୍ର […]

budhia

budhia

Rakesh Mallick
  • Published: Monday, 01 August 2016
  • Updated: 01 August 2016, 10:02 PM IST

Sports

Latest News

budhia1ଭୁବନେଶ୍ୱର: ଅଗଷ୍ଟ ୫ ତାରିଖରେ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ପ୍ରମୋସନ୍ ପାଇଁ ଦିଲ୍ଲୀ ଯାଇଛନ୍ତି ବୁଦ୍ଧିଆ ସିଂ। ଫିଲ୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ଏହି ସୂଚନା ଦେଇଛନ୍ତି।

ବୁଦ୍ଧିଆଙ୍କ ସହିତ ତାଙ୍କ ମା’ ସୁକାନ୍ତି ବି ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ସେଠାରେ ରିଲ୍ ବୁଦ୍ଧିଆଙ୍କ ସହିତ ରିୟଲ ବୁଦ୍ଧିଆଙ୍କ ଭେଟ ହେବ। ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ରେ ବୁଦ୍ଧିଆଙ୍କ ଭୂମିକାରେ ଅଭିନୟ କରିଛନ୍ତି ମୟୂର ମହେନ୍ଦ୍ର ପାଟୋଲେ। ଏଥିରେ ବୁଦ୍ଧିଆଙ୍କ କୋଚ୍ ସ୍ୱର୍ଗତ ବିରଞ୍ଚି ଦାସଙ୍କ ଭୂମିକାରେ ଆସୁଛନ୍ତି ମନୋଜ ବାଜପେୟୀ।

ଏହା ପୂର୍ବରୁ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ର ପ୍ରଯୋଜନା ସଂସ୍ଥା ବୁଦ୍ଧିଆ ଓ ତାଙ୍କ ମା’ଙ୍କୁ ତାମିଲନାଡୁର କୋଡ଼ାଇକେନାଲକୁ ବୁଲାଇବାକୁ ନେଇଥିଲା। ସେମାନେ ମହୀଶୂର ଓ ମୁମ୍ବାଇ ବି ଯାଇଥିଲେ। ଏହାକୁ ନେଇ ବିବାଦ ବି ଦେଖାଯାଇଥିଲା। ଛୁଟି ସରିବା ପରେ ମଧ୍ୟ ବୁଦ୍ଧିଆ ସ୍ପୋର୍ଟସ୍ ହଷ୍ଟେଲ୍ ନ ଫେରିବାରୁ କିଛି ଦିନ ଧରି ସସ୍‌ପେନ୍ସ ଲାଗି ରହିଥିଲା। ପରେ କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଥିଲା ଯେ ବୁଦ୍ଧିଆ କୋଡ଼ାଇକେନାଲ ତାଙ୍କ ମା’ଙ୍କ ସହିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos