ନିଆଳିରେ ମାତିଛି ଷଣ୍ଢ; ୧୧ଜଣଙ୍କୁ କଲା ଘାଇଲା

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଷଡାଂସ ପଞ୍ଚାୟତର ଗୁଣ୍ଡର ଓ କଣ୍ଟିଶାଳ ଗାଁରେ ଏକ ଷଣ୍ଢ ଆତଙ୍କ ଖେଳାଇ ଦେଇଛି । ଗୋଟିଏ ଦିନରେ  ଷଣ୍ଢ ଆକ୍ରମଣରେ ୧୧ଜଣ  ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ଘରେ ଅଛନ୍ତି।    ମିଳିଥିବା ସୂଚନା ଅନୁସାରେ, ଗତକାଲି ଷଣ୍ଢଟି ଉଭୟ ଗୁଣ୍ଡର ଓ କଣ୍ଟିଶାଳ […]

777700

777700

Tapaswini Nayak
  • Published: Thursday, 23 April 2020
  • Updated: 23 April 2020, 01:16 PM IST

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଷଡାଂସ ପଞ୍ଚାୟତର ଗୁଣ୍ଡର ଓ କଣ୍ଟିଶାଳ ଗାଁରେ ଏକ ଷଣ୍ଢ ଆତଙ୍କ ଖେଳାଇ ଦେଇଛି । ଗୋଟିଏ ଦିନରେ  ଷଣ୍ଢ ଆକ୍ରମଣରେ ୧୧ଜଣ  ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ଘରେ ଅଛନ୍ତି।   

ମିଳିଥିବା ସୂଚନା ଅନୁସାରେ, ଗତକାଲି ଷଣ୍ଢଟି ଉଭୟ ଗୁଣ୍ଡର ଓ କଣ୍ଟିଶାଳ ଗାଁର ୧୧ଜଣଙ୍କୁ ଆକ୍ରମଣ କରିବା ସହ  ୪ଟି ଛେଳିକୁ ମାରି ଦେଇଥିଲା। ଏହାସହ ଏକ ବାଛୁରୀକୁ ମଧ୍ୟ ମାରି ଦେଇଥିଲା। ଗ୍ରାମବାସୀ ଷଣ୍ଢ ଭୟରେ ଘର ଭିତରେ ପଶି ରହୁଛନ୍ତି।

ଅଗ୍ନିଶମ ବାହିନୀ କର୍ମଚାରୀ ଆଜି ଘଟଣାସ୍ଥଳରେ ପହଞ୍ଚି ଷଣ୍ଢକୁ କାବୁ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ଷଣ୍ଢକୁ କାବୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos