ଭଦ୍ରକ: ଟ୍ରକକୁ ପିଟିଲା ଟୁରିଷ୍ଟ ବସ୍, ଜଣେ ମୃତ, ୧୫ ଆହତ

ଭଦ୍ରକ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ମଞ୍ଜରିପୁରର ୫ ନମ୍ୱର ଜାତୀୟ ରାଜପଥରେ ମଙ୍ଗଳବାର  ସକାଳେ ଏକ ଟ୍ରକକୁ ଟୁରିଷ୍ଟ ବସ୍  ପଛପଟୁ ଧକ୍କା ଦେଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି।  ୩ ଜଣ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ  କଟକ ସ୍ଥାନାନ୍ତର କରାଯାଇଛି। ପଶ୍ଚିମବଙ୍ଗ ଚବିଶପ୍ରଗଣାରୁ ୪୭ଜଣ ଯାତ୍ରୀ ଏକ ବସ୍ ଯୋଗେ ପୁରୀ ଅଭିମୁଖେ ଆସୁଥିଲେ। ବସଟି ନିୟନ୍ତ୍ରଣ ହରାଇ ମଞ୍ଜରିପୁରଠାରେ ଦୁର୍ଘଟଣା ଗ୍ରସ୍ତ  ଘଟିଥିଲା।