କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଆଜି ଭୋରରେ କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଆହତ ହୋଇଛନ୍ତି। ବୁଲାଣିରେ ଯାଉଥିବା ଏହି ବସ୍‌ଟି କୁହୁଡ଼ି ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିରେ ପଶି ଯାଇଥିଲା। ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ଗତକାଲି ରାତିରେ  ଆର.ବି କୋଚ ନାମକ ଏହି ଘରୋଇ ବସ୍‌ଟି ପ୍ରାୟ […]

bus accident

bus accident

Niharika Rout
  • Published: Monday, 30 August 2021
  • Updated: 30 August 2021, 10:50 AM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଆଜି ଭୋରରେ କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଆହତ ହୋଇଛନ୍ତି। ବୁଲାଣିରେ ଯାଉଥିବା ଏହି ବସ୍‌ଟି କୁହୁଡ଼ି ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିରେ ପଶି ଯାଇଥିଲା। ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ଗତକାଲି ରାତିରେ  ଆର.ବି କୋଚ ନାମକ ଏହି ଘରୋଇ ବସ୍‌ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଧରି ଗଞ୍ଜାମ ଜିଲ୍ଲା ପୋଲସରାରୁ ଇନ୍ଦ୍ରାବତୀ ଅଭିମୁଖେ ଯାତ୍ରା କରୁଥିଲା। ଆଜି ଭୋରରେ ଏହା କୋରାପୁଟ ଜିଲ୍ଲା ପଞ୍ଚଡ଼ା ଅତିକ୍ରମ କରୁଥିଲା। ଏହି ସମୟରେ ପ୍ରବଳ କୁହୁଡ଼ି ହୋଇଥିଲା।  ବସ୍‌ଟି ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସମ୍ମୁଖରୁ ଏକ ଗାଡ଼ି ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଉକ୍ତ ଗାଡ଼ିକୁ ସାଇଡ୍‌ ଦେଉ ଦେଉ ବସ୍‌ଟି ରାସ୍ତା ତଳେ ଥିବା ଜମିକୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪ ଜଣ ଆହତ ହୋଇଛନ୍ତି।

କାକିରିଗୁମା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ କୋରାପୁଟ ଡାକ୍ତରଖାନାକୁ ପଠାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos