ପୋଲ ତଳକୁ ଖସିଲା ବସ୍‌

ସୁନ୍ଦରଗଡ଼(ବିଜୟ ବାରୁଆ): ଛତିଶଗଡ଼ର ଯଶପୁର ଜିଲ୍ଲାର କୁନକୁରି ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। ଏଥିରେ ୧୦ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କୁନକୁରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ ଜଣେ ମହିଳା ଯାତ୍ରୀ ଓ ବସ୍‌ ହେଲପର। ଆଜି ସକାଳ ୯ଟା ସମୟରେ ତିରୁପତି ବାଲାଜି ନାମକ ବସ୍‌ଟି ଯଶପୁରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିଲା।  […]

bus...

bus...

Tapaswini Nayak
  • Published: Wednesday, 31 July 2019
  • Updated: 31 July 2019, 12:58 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବାରୁଆ): ଛତିଶଗଡ଼ର ଯଶପୁର ଜିଲ୍ଲାର କୁନକୁରି ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। ଏଥିରେ ୧୦ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କୁନକୁରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ ଜଣେ ମହିଳା ଯାତ୍ରୀ ଓ ବସ୍‌ ହେଲପର।

ଆଜି ସକାଳ ୯ଟା ସମୟରେ ତିରୁପତି ବାଲାଜି ନାମକ ବସ୍‌ଟି ଯଶପୁରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିଲା।  ଏହି ସମୟରେ ବସ୍‌ରେ ୪୦ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ମାତ୍ର କୁନକୁରି ନିକଟରେ ବସ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos