ଝିଅ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିଲେ, ଆଉ ଫେରିଲେନି

ସୁନ୍ଦରଗଡ଼ (ବିଜୟ ବରୁଆ): ଝିଅ ବାହାଘର କରିବେ ବୋଲି ଭାରି ଖୁବ୍ ଖୁସି ଥିଲେ। ସେଥିପାଇଁ ଆଜି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେନି ବାପା। ଫେରିଲା ତାଙ୍କର ମୃତଦେହ। ବାପାଙ୍କ ସହିତ ତାଙ୍କ ଦାଦା ପୁଅ ଭାଇଙ୍କର ମୃତ ମୃତ୍ୟୁ ଘଟିଛି। ଆଜି ସୁନ୍ଦରଗଡ଼ରେ ଏହି ଦୁଃଖଦ ଘଟଣା ଘଟିଯାଇଛି। ଝାରସୁଗୁଡ଼ା ଜିଲ୍ଲା ଧୁତରା ଗାଁର ଶିବ ଗୁଡ଼ା। ଝିଅ ବାହାଘର ନିମନ୍ତ୍ରଣ କାର୍ଡ଼ ବାଣ୍ଟିବା ପାଇଁ ଆଜି ନିଜ ପୁତୁରା […]

accident

accident

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 07:58 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଝିଅ ବାହାଘର କରିବେ ବୋଲି ଭାରି ଖୁବ୍ ଖୁସି ଥିଲେ। ସେଥିପାଇଁ ଆଜି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେନି ବାପା। ଫେରିଲା ତାଙ୍କର ମୃତଦେହ। ବାପାଙ୍କ ସହିତ ତାଙ୍କ ଦାଦା ପୁଅ ଭାଇଙ୍କର ମୃତ ମୃତ୍ୟୁ ଘଟିଛି। ଆଜି ସୁନ୍ଦରଗଡ଼ରେ ଏହି ଦୁଃଖଦ ଘଟଣା ଘଟିଯାଇଛି।

[caption id="attachment_238741" align="alignnone" width="808"] ଦୁର୍ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ି ଛିଡ଼ା ହୋଇଛି[/caption]

ଝାରସୁଗୁଡ଼ା ଜିଲ୍ଲା ଧୁତରା ଗାଁର ଶିବ ଗୁଡ଼ା। ଝିଅ ବାହାଘର ନିମନ୍ତ୍ରଣ କାର୍ଡ଼ ବାଣ୍ଟିବା ପାଇଁ ଆଜି ନିଜ ପୁତୁରା ଦିବ୍ୟ ସହିତ ବାଇକରେ ସୁନ୍ଦରଗଡ଼ ଥାନା ଅନ୍ତର୍ଗତ ଜଗତଗଡ଼ ଗାଁକୁ ଯାଇଥିଲେ। ବନ୍ଧୁଙ୍କ ଘରେ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ହେଲେ ବିଜୁ ଏକ୍ସପ୍ରେସ ୱେ’ର ଜଗତଗଡ଼ ନିକଟରେ ଏକ ବସ୍ ସହିତ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଉଚିତ କ୍ଷତିପୂରଣ ପ୍ରଦାନ ସହ ସେଠାରେ ଏକ ବସଷ୍ଟାଣ୍ଡ ନିର୍ମାଣ ଦାବି କରି ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos