ବସ୍ ଭଡ଼ା ବଢିବା ସତ୍ତ୍ୱେ ଡିସେମ୍ବର ୧ ଧର୍ମଘଟ ନିଷ୍ପତ୍ତିରେ ଘରୋଇ ବସ୍ ମାଲିକ ସଂଘ ଅଟଳ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ୍ ମେକାନିଜିମ ନିୟମରେ ବସ୍ ଭଡ଼ା ବଢିଛି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ପଇସା ବୃଦ୍ଧି ପାଇଛି। ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୫୫ରୁ ୫୬ ପଇସା ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୫୮ରୁ ୫୯ ପଇସାକୁ ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ପଇସା ବୃଦ୍ଧି ପାଇଛି। ଡିଲକ୍ସ ଭଡ଼ା ୭୪ରୁ ୭୬ ପଇସା […]

bus

bus

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 03:33 PM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ୍ ମେକାନିଜିମ ନିୟମରେ ବସ୍ ଭଡ଼ା ବଢିଛି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ପଇସା ବୃଦ୍ଧି ପାଇଛି। ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୫୫ରୁ ୫୬ ପଇସା ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୫୮ରୁ ୫୯ ପଇସାକୁ ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ପଇସା ବୃଦ୍ଧି ପାଇଛି। ଡିଲକ୍ସ ଭଡ଼ା ୭୪ରୁ ୭୬ ପଇସା ହୋଇଥିବା ବେଳେ ଏସି ଡିଲକ୍ସରେ ଭଡ଼ା କିଲୋମିଟର ପିଛା ୯୫ରୁ ୯୭ପଇସାକୁ ବୃଦ୍ଧି ପାଇଛି। ଭଡା ବଢିବା ସତ୍ତ୍ୱେ ବସ୍ ମାଲିକ ସଂଘ ଡିସେମ୍ବର ୧ ତାରିଖକୁ ଦେଇଥିବା ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛନ୍ତି।

ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରସଙ୍ଗକୁ ନେଇ ବସ୍ ଧର୍ମଘଟ ଡାକରା ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ଫଳରେ ଡିସେମ୍ୱର ୧ରୁ ଧର୍ମଘଟ କରିବା ପୂର୍ବ ନିଷ୍ପତ୍ତିରେ ସଂଘ ଅଟଳ ରହିଛି। ସିଟି ବସ ସିଟି ବାହାରକୁ ଚଳାଚଳ କରିବା, ରୋଡ ଓ ମୋଟର ଯାନ ଟ୍ୟାକ୍ସ ବୃଦ୍ଧିକୁ ସଂଘ ବିରୋଧ କରି ଏହି ଧର୍ମଘଟ ଡାକରା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos