ବସ୍‌କୁ ସାଇଡ୍‌ ମାରିଲା ଟ୍ରକ୍‌, ଚାଲିଗଲା ହେଲପର୍‌ଙ୍କ ଜୀବନ

ଚୌଦ୍ଵାର(ଓଡ଼ିଶା ରିପୋର୍ଟର) : ଦ୍ରୁତ ଗତିରେ ଯାଉଥିବା ବସ୍‌କୁ ଏକ ଟ୍ରକ୍‌ ସାଇଟ୍‌ ମାରିବାରୁ ଗଳି ପଡ଼ିଲେ ବସ୍‌ ହେଲପର୍‌ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏପରି ଅସ୍ୱଭାବିକ ଘଟଣା ଆଜି କଟକ ଜିଲ୍ଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ଘଟିଛି। ମୃତ ହେଲପର ହେଲେ ଯାଜପୁର ଜିଲ୍ଲା ବନ୍ଦାଳ ଗ୍ରାମର ସଦାନନ୍ଦ ଜେନା ।

ସୂଚନାଯୋଗ୍ୟ, ସରକାରୀ ବସ୍‌ଟି କେନ୍ଦୁଝରରୁ କଟକ ଯାତ୍ରୀ ନେଇ ଆସୁଥିଲା । କଟକ ଜିଲ୍ଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ  ହଠାତ୍ ବସ୍‌କୁ  ଏକ ଟ୍ରକ୍ ସାଇଟ୍ ମାରିଥିଲା। ଫଳରେ ବସ୍‌ ଡୋର ପାଖରେ ଛିଡା ହୋଇଥିବା ହେଲପର ବସ୍‌ରୁ ଖସି ପଡ଼ି ଥିଲା । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ  ହୋଇଯାଇଛି ।

ବସରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା  ଜଣାଯାଇଛି।  ବସ୍‌  ଓ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ପଲାଇ ଯାଇଛନ୍ତି ।  ଟାଙ୍ଗୀ ପୁଲିସ୍‌ ଆମ୍ବୁଲାନ୍ସ ଯୋଗେ ମୃତଦେହ କଟକ ମେଡିକାଲ ପଠାଇବା ସହିତ ଘର ଲୋକଙ୍କୁ ଖବର ଦେଇଛନ୍ତି । ଟ୍ରକ୍ ଏବଂ ବସ ଦୁଇଟି ଗାଡ଼ିକୁ ପୋଲିସ ଜବତ୍ କରିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।