ସରକାରୀ ସିଟି ବସ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପାନପୋଷ ଛକ ନିକଟରେ ଏକ ସରକାରୀ ସିଟି ବସ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମହିମା ତନ୍ତି। ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା।  ପୁଲିସ୍ ଏହି ଘଟଣାରେ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ରଘୁନାଥପାଲି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ମହିମା ଦଣ୍ଡିଆପଲିରୁ […]

death

death

Tapaswini Nayak
  • Published: Saturday, 20 July 2019
  • Updated: 20 July 2019, 02:55 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପାନପୋଷ ଛକ ନିକଟରେ ଏକ ସରକାରୀ ସିଟି ବସ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମହିମା ତନ୍ତି। ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା।  ପୁଲିସ୍ ଏହି ଘଟଣାରେ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ରଘୁନାଥପାଲି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ମହିମା ଦଣ୍ଡିଆପଲିରୁ ସାଇକେଲରେ ପାନପୋଷ ଆସୁଥିଲେ। ଏହି ସମୟରେ ବସ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos