ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଭିତରେ ଚାଲୁଥିବା ଅର୍ଡିନାରୀ ବସ୍, ଏକ୍ସପ୍ରେସ, ଡିଲକ୍ସ ଓ ଡିଲକ୍ସ ଏସି ବସ୍ ପାଇଁ ଏହି ବର୍ଦ୍ଧିତ ଭଡ଼ା ବଢିଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବର୍ଦ୍ଧିତ ଭଡ଼ା ଅନୁଯାୟୀ, ଅର୍ଡିନାରୀ ବସ୍‌ରେ କିଲୋମିଟର ପ୍ରତି ୬୪ ପଇସା, ଏକ୍ସପ୍ରେସ୍ ବସ୍‌ରେ ୬୭ ପଇସା, ଡିଲକ୍ସ ବସ୍ ପାଇଁ ୮୯ ପଇସା ଓ ଡିଲକ୍ସ ଏସି ବସ୍ ପାଇଁ କିଲୋମିଟର ପିଛା ୧ଟଙ୍କା ୧୧ ପଇସା ରହିଛି।

ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ପାଇଁ ସର୍ବନିମ୍ନ ଭଡ଼ା ୫ ଟଙ୍କା ଥିବା ବେଳେ ଡିଲକ୍ସ ଓ ଡିଲକ୍ସ ଏସି ବସ୍ ପାଇଁ ୧୩ ଟଙ୍କା ସର୍ବନିମ୍ନ ଭଡ଼ା ଧାର୍ଯ୍ୟ କରାଯାଇଛି। ଏଥିସହ ଯାତ୍ରୀମାନେ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେଇପାରିବେ।

୧୫ କିଲୋଗ୍ରାମରୁ ଅଧିକ ଓଜନର ମାଲ୍ ପରିବହନ ପାଇଁ ଅଧିକ ୨୦ କିଲୋଗ୍ରାମ ପିଛା ପ୍ରତି କିଲୋମିଟରକୁ ୭ ପଇସା ଭଡ଼ା ଧାର୍ଯ୍ୟ ହୋଇଛି।  ଏହି ଭଡ଼ା ବ୍ୟତୀତ ପୂର୍ବଭଳି ତେଲ ଦର ବଢ଼ିଲେ ଅଟୋମେଟିକ୍ ମେକାନିଜମ୍ ମଧ୍ୟ କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।