ନଭେମ୍ବର ପହିଲାରୁ ବସ୍‌ ବନ୍ଦ ପାଇଁ ମାଲିକଙ୍କ ଧମକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ୫ ଦଫା ଦାବି ପୂରଣରେ ସରକାରଙ୍କ କାଳକ୍ଷେପଣ ନୀତି ପ୍ରତିବାଦରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏ ସଂପର୍କରେ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଚେକ୍ ଗେଟ୍ ଜରିଆରେ ଟଙ୍କା ଆଦାୟ ଓ ଟିକସ ବୃଦ୍ଧି, ପୋଲିସ୍ ଚେକିଂ ଭଳି ପ୍ରସଙ୍ଗ ସହ ଭଡ଼ା ବୃଦ୍ଧି ସମେତ ୫ ଦଫା ଦାବି […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 12:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ୫ ଦଫା ଦାବି ପୂରଣରେ ସରକାରଙ୍କ କାଳକ୍ଷେପଣ ନୀତି ପ୍ରତିବାଦରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏ ସଂପର୍କରେ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଚେକ୍ ଗେଟ୍ ଜରିଆରେ ଟଙ୍କା ଆଦାୟ ଓ ଟିକସ ବୃଦ୍ଧି, ପୋଲିସ୍ ଚେକିଂ ଭଳି ପ୍ରସଙ୍ଗ ସହ ଭଡ଼ା ବୃଦ୍ଧି ସମେତ ୫ ଦଫା ଦାବି ପୂରଣ ନେଇ ପୂର୍ବରୁ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ବାଧ୍ୟ ହୋଇ ଆସନ୍ତା ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ  ବସ୍ ଚଳାଚଳକୁ ବନ୍ଦ କରିବା ପାଇଁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos