ସି-ସୋର ଠକେଇ: ପ୍ରଶାନ୍ତଙ୍କ ଘରେ ରାଞ୍ଚି ସିବିଆଇ ଟିମ୍‌ର ଚଢାଉ

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କମ୍ପାନୀ ସିଏମ୍‌ଡି ପ୍ରଶାନ୍ତ ଦାସଙ୍କ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ବାସଭବନରେ ସିବିଆଇ ପକ୍ଷରୁ ଆଜି ଚଢାଉ କରାଯାଇଛି। ଏହାସହ କମ୍ପାନୀର ଜଣେ ନିର୍ଦ୍ଦେଶିକାଙ୍କ ପଳାଶୁଣୀ ସ୍ଥିତ ଘରେ ମଧ୍ୟ ଯାଞ୍ଚ କରାଯାଉଛି। ରାଞ୍ଚିରେ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଚଢାଉରେ ରାଞ୍ଚି ସିବିଆଇ ଟିମ୍‌ ସାମିଲ ହୋଇଛି। କମ୍ପାନୀ ନାଁରେ ପ୍ରାୟ ୫୦୦ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ରହିଛି। ଅଭିଯୋଗ ଆସିବା […]

c-sore

c-sore

Rakesh Mallick
  • Published: Thursday, 07 April 2016
  • Updated: 08 April 2016, 04:19 AM IST

Sports

Latest News

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କମ୍ପାନୀ ସିଏମ୍‌ଡି ପ୍ରଶାନ୍ତ ଦାସଙ୍କ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ବାସଭବନରେ ସିବିଆଇ ପକ୍ଷରୁ ଆଜି ଚଢାଉ କରାଯାଇଛି। ଏହାସହ କମ୍ପାନୀର ଜଣେ ନିର୍ଦ୍ଦେଶିକାଙ୍କ ପଳାଶୁଣୀ ସ୍ଥିତ ଘରେ ମଧ୍ୟ ଯାଞ୍ଚ କରାଯାଉଛି। ରାଞ୍ଚିରେ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଚଢାଉରେ ରାଞ୍ଚି ସିବିଆଇ ଟିମ୍‌ ସାମିଲ ହୋଇଛି।

କମ୍ପାନୀ ନାଁରେ ପ୍ରାୟ ୫୦୦ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ରହିଛି। ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିବା ସହ ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ପରେ ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ସିବିଆଇ ପ୍ରଶାନ୍ତଙ୍କ ସମେତ ୩ ଜଣଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos