ସର୍ବଭାରତୀୟ ଚାର୍ଟାଡ ଆକାଉଣ୍ଟାଣ୍ଟ ପରୀକ୍ଷା: ଓଡ଼ିଶାରେ ଅବିନାଶ ପରିଡ଼ା ପ୍ରଥମ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ହୋଇଥିବା ଚାର୍ଟାଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଅବିନାଶ ପରିଡ଼ା ଓଡ଼ିଶାରେ ପ୍ରଥମ ରାଙ୍କ ହାସଲ କରିଛନ୍ତି। ସର୍ବଭାରତୀୟ ସ୍ତରରେ ତାଙ୍କ ରାଙ୍କ ୨୬ ରହିଛି। ଗ୍ରୁପ ଏକ ଓ ଗ୍ରୁପ ଦୁଇ ପରୀକ୍ଷାରେ ସେ ଏହି ରାଙ୍କ ରଖିଛନ୍ତି। ଢେଙ୍କାନାଳ ଜିଲ୍ଲାର ଅନଳ ଗାଁରୁ ଆସି ଭୁବନେଶ୍ୱରରେ ରହି ସେ ନିଜକୁ ପ୍ରସ୍ତୁତ କରିଥିବା କହିଛନ୍ତି। ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ସେ ଏହି ସଫଳତା ପାଇଥିବା କହିଛନ୍ତି।