ଅଧ୍ୟାଦେଶ ମଞ୍ଜୁର; ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ସହଜ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଅଧୀନ ଜମି ସଂପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଆଇନରେ ସଂଶୋଧନ ନିଷ୍ପତ୍ତି ହୋଇଛି।  ନିୟମ ଅନୁସାରେ ବିକ୍ରି, ଲିଜ୍ ପାଇଁ ଅଧିକୃତ ପ୍ରଜାଙ୍କୁ ଅନୁମତି ଦରକାର ହେଉଥିଲା।  କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ ଅନୁମୋଦନ ଦରକାର ନାହିଁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ପ୍ରଶାସନ ସହ […]

pratap jena

pratap jena

Tapaswini Nayak
  • Published: Wednesday, 05 January 2022
  • Updated: 05 January 2022, 03:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଅଧୀନ ଜମି ସଂପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଆଇନରେ ସଂଶୋଧନ ନିଷ୍ପତ୍ତି ହୋଇଛି।  ନିୟମ ଅନୁସାରେ ବିକ୍ରି, ଲିଜ୍ ପାଇଁ ଅଧିକୃତ ପ୍ରଜାଙ୍କୁ ଅନୁମତି ଦରକାର ହେଉଥିଲା।  କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ ଅନୁମୋଦନ ଦରକାର ନାହିଁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମନ୍ଦିର ପ୍ରଶାସନ ସହ ସଂପୃକ୍ତ ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ। ସରକାରଙ୍କ ବିନା ଅନୁମୋଦନରେ ଅଧିକାରୀମାନେ ହସ୍ତାନ୍ତରୀକରଣ କରିପାରିବେ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଏହି ପ୍ରୋସେସକୁ ଡିସେଣ୍ଟ୍ରାଲାଇଜ କରାଯିବ। ଟେମ୍ପୁଲ ମେନେଜିଂ କମିଟିକୁ ଏନେଇ ଦାୟିତ୍ୱ ଦିଆଯିବ। ବିଭିନ୍ନ ଲେବୁଲରେ ବିଭିନ୍ନ ପ୍ରକାର ଜମିକୁ ସେଟଲ୍  କରାଯାଇପାରିବ। ମହାପ୍ରଭୁଙ୍କ ଜମିରେ ଯେଉଁମାନେ ୪୦ରୁ ୫୦ ବର୍ଷ ହେବ ଲୋକେ ବସବାସ କରୁଛନ୍ତି, ସେମାନଙ୍କର ବହୁ ଦିନର ସମସ୍ୟା ସମାଧାନ ହୋଇଯିବ। ମନ୍ଦିର ପ୍ରଶାସନ  ସେହି ଜମିରୁ କିଛି ଅର୍ଥ ପାଉନାହିଁ। ସେହି ଜମିଗୁଡ଼ିକ ବିକ୍ରି କରାଯାଇ  ମନ୍ଦିର କାର୍ଯ୍ୟରେ ଲଗାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos