ପୁରୀ ଯିବ ସଚିବାଳୟ!

ଭୁବନେଶ୍ୱର: ବଦଳିବ ସଚିବାଳୟ ଠିକଣା। ଅବଶ୍ୟ ସବୁଦିନ ପାଇଁ ନୁହଁ। ମାତ୍ର ଗୋଟିଏ ଦିନ ପାଇଁ। ଏମିତି ଘଟଣା ଆଶ୍ଚର୍ଯ୍ୟ ହୋଇଗଲେ କି ? ଏଥିରେ ଜମା ବିଚଳିତ ହୁଅନ୍ତୁ ନାହିଁ।  ତେବେ ପ୍ରକୃତ କାରଣ ଟି କ’ଣ ଜାଣନ୍ତୁ। ପ୍ରଥମ ଥର ପାଇଁ ସଚିବାଳୟ ବାହାରେ ବସିବ କ୍ୟାବିନେଟ ମିଟିଂ।   ଆସନ୍ତାକାଲି ପୁରୀ ସର୍କିଟ ହାଉସରେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ଦିଆଯାଇଛି।  ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ମିଟିଂ ବସିବ।  ତେବେ […]

Secretariate-1

Secretariate-1

Rakesh Mallick
  • Published: Monday, 25 December 2017
  • Updated: 25 December 2017, 09:24 PM IST

Sports

Latest News

ଭୁବନେଶ୍ୱର: ବଦଳିବ ସଚିବାଳୟ ଠିକଣା। ଅବଶ୍ୟ ସବୁଦିନ ପାଇଁ ନୁହଁ। ମାତ୍ର ଗୋଟିଏ ଦିନ ପାଇଁ। ଏମିତି ଘଟଣା ଆଶ୍ଚର୍ଯ୍ୟ ହୋଇଗଲେ କି ? ଏଥିରେ ଜମା ବିଚଳିତ ହୁଅନ୍ତୁ ନାହିଁ।  ତେବେ ପ୍ରକୃତ କାରଣ ଟି କ’ଣ ଜାଣନ୍ତୁ। ପ୍ରଥମ ଥର ପାଇଁ ସଚିବାଳୟ ବାହାରେ ବସିବ କ୍ୟାବିନେଟ ମିଟିଂ।   ଆସନ୍ତାକାଲି ପୁରୀ ସର୍କିଟ ହାଉସରେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ଦିଆଯାଇଛି।  ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ମିଟିଂ ବସିବ।  ତେବେ କ୍ୟାବିନେଟ୍‌ରେ କ’ଣ ସବୁ ଏଜେଣ୍ଡା ରହିଛି ସେ ସମ୍ପର୍କରେ ଜଣାପଡିନାହିଁ । ସଚିବାଳୟ ବାହାରେ ବସିବାକୁ ଥିବା ଏହି କ୍ୟାବିନେଟ୍‌ରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ଅନୁମାନ କରାଯାଉଛି।

ସୂଚନା ଯୋଗ୍ୟ ଯେ, ବିଜେଡିର ୨୦  ବର୍ଷ ପୁର୍ତ୍ତି ଅବସରରେ ଆସନ୍ତାକାଲି ପୁରୀରେ ପାଳନ ହେଉଛି ମେଗା ସୋ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ବହୁ ନେତା ଏବଂ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos