ବର୍ଷେ ହେଲା କାମ କରି ମଜୁରି ପାଇ ନାହାନ୍ତି ଶ୍ରମିକ: ଦାମ କହିଲେ ଅଫିସର ରାଜ୍ ଲାଗି ବାଟବଣା ହେଉଛି ଯୋଜନା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସିଏଜି ରିପୋର୍ଟରେ ମନରେଗା ଗଫଲତି ନେଇ ତଥ୍ୟ ପଦାକୁ ଆସିବା ପରେ ଜୋର ଧରିଛି ରାଜନୀତି । ୩୧୧୪ କୋଟି ଟଙ୍କାର ମଜୁରି ପ୍ରଦାନରେ ବିଳମ୍ବ ସହ ହିତାଧିକାରୀଙ୍କୁ ମୋଟ କ୍ଷତିପୂରଣର ୧ ପ୍ରତିଶତରୁ କମ୍ ଅର୍ଥ ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ତେବେ ବିଜେଡି କହିଛି ଏହା ଏକ ଡ୍ରାଫ୍ଟ ପାରା । ସରକାର ଏହାକୁ ନେଇ ତାଙ୍କ ପକ୍ଷ […]

gpt3

gpt3

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 10:37 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସିଏଜି ରିପୋର୍ଟରେ ମନରେଗା ଗଫଲତି ନେଇ ତଥ୍ୟ ପଦାକୁ ଆସିବା ପରେ ଜୋର ଧରିଛି ରାଜନୀତି । ୩୧୧୪ କୋଟି ଟଙ୍କାର ମଜୁରି ପ୍ରଦାନରେ ବିଳମ୍ବ ସହ ହିତାଧିକାରୀଙ୍କୁ ମୋଟ କ୍ଷତିପୂରଣର ୧ ପ୍ରତିଶତରୁ କମ୍ ଅର୍ଥ ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ତେବେ ବିଜେଡି କହିଛି ଏହା ଏକ ଡ୍ରାଫ୍ଟ ପାରା । ସରକାର ଏହାକୁ ନେଇ ତାଙ୍କ ପକ୍ଷ ରଖିବା ପରେ ସବୁକିଛି ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୋନାବିରା ପଞ୍ଚାୟତର ବିରୁନପଦର ଗାଁରେ ବର୍ଷେ ହେଲାଣି ସରିଲାମି ନୂଆ ରାସ୍ତା, ନୂଆ ପୋଖରୀ କାମ । କିନ୍ତୁ ଏଠାରେ ରକ୍ତକୁ ଝାଳ କରି ଖଟିଥିବା ଶ୍ରମିକମାନଙ୍କ ମନରେ ଖୁସି ନାହିଁ । ଦିନେ କି ମାସେ ନୁହେଁ, ମନରେଗା ଅଧୀନରେ ସେମାନେ କରିଥିବା କାମର ମଜୁରି ପ୍ରାୟ ବର୍ଷେ ହେଲାଣି ବାକି ପଡ଼ିଛି । ଏଠାରେ କାମ କରିଥିବା ଦମ୍ପତି ଜାନକି ନାଗ ଓ ଉଦେ ନାଗ ୨୦ ହଜାରରୁ ୧୨ ହଜାରଟଙ୍କା ପାଇଥିବା ବେଳେ କିଛି ଶ୍ରମିକ ଏମାନଙ୍କଠୁ ବି କମ୍ ଟଙ୍କା ପାଇଛନ୍ତି । ବାକି ଟଙ୍କା ପାଇଁ ପଞ୍ଚାୟତ ଓ ବ୍ଲକ୍ ଅଫିସ୍କୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ସେମାନେ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ତୁସୁବା ପଞ୍ଚାୟତରେ ବି ସମାନ ସମସ୍ୟା ବଡ଼ପଡ଼ା ଗାଁରେ ମୋରମ ରାସ୍ତା ଓ ନଦୀଘାଟ ତିଆରି ସରିଥିଲେ ବି ଏଠାରେ ୫ମାସ ଖଟିଥିବା ଶ୍ରମିକମାନେ ମଜୁରି ପାଇ ନ ଥିବା କହିଛନ୍ତି ।

ଏହି ସମସ୍ୟା କେବଳ କୋମନା କି ଲମତାପୁଟର ନୁହେଁ, ଗତକାଲି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ, ୨୦୧୩ରୁ ୨୦୧୭ ମଧ୍ୟରେ ମନରୋଗାରେ ରାଜ୍ୟରେ ମୋଟ ୩ ହଜାର ୧୧୪ କୋଟି ୫୮ ଲକ୍ଷ ଟଙ୍କା ମଜୁରି ପ୍ରଦାନରେ ବିଳମ୍ବ ହୋଇଛି । ମନରେଗା ନିୟମାବଳୀ ଅନୁସାରେ, ମଜୁରି ପ୍ରଦାନରେ ୧୫ ଦିନରୁ ଅଧିକ ସମୟ ବିଳମ୍ବ ହେଲେ ୧୬ ଦିନଠାରୁ ହିତାଧିକାରୀଙ୍କୁ ୧୦୦ ଟଙ୍କାରେ ୫ଟଙ୍କା ହିସାବରେ କ୍ଷତିପୂରଣ ଦିଆଯିବ । ଏଥିରେ ମଧ୍ୟ ବିଫଳ ହୋଇଛନ୍ତି ରାଜ୍ୟ ସରକାର।  ମୋଟ ୫୩ କୋଟି ୧୯ଲକ୍ଷ ଟଙ୍କାର କ୍ଷତିପୂରଣ ସ୍ଥାନରେ ମାତ୍ର ୧୫ ଲକ୍ଷ ୧୮ହଜାର ଟଙ୍କା ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।  ଏହାକୁ ନେଇ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେଡି ମୁଖପାତ୍ର କହିଛନ୍ତି, ସିଏଜି ରିପୋର୍ଟ ଚୂଡ଼ାନ୍ତ ତଥ୍ୟ ନୁହେଁ ।

ସେପଟେ ମନରେଗାରେ ସିଏଜି ଧରିଥିବା ଗଫଲତି ସତ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ।            ସେ କହିଛନ୍ତି ଅଫିସର ରାଜ୍ ଲାଗି ଯୋଜନା ବାଟବଣା ହେଉଛି। ପ୍ରକୃତ ହିତାଧିକାରୀ ଅର୍ଥ ନ ପାଇ ବାଟମାରଣା ହେଉଛି ସରକାରି ଅର୍ଥ । ଅଫିସରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ହୋଇଛି । ପ୍ରକୃତ ତଥ୍ୟ ଜଣାପଡ଼ିଲେ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos