କ୍ୟାମ୍ପସ୍ ପ୍ଲେସମେଣ୍ଟ ନାଁରେ ଛାତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗ: ଭୁବନେଶ୍ୱରର ‘ଆହା’ରେ ଛାତ୍ର ଅଶାନ୍ତି, ବ୍ୟାପକ ଭଙ୍ଗା ରୁଜା

ଭୁବନେଶ୍ୱର: କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ କରି ବୁଧବାର ଭୁବନେଶ୍ୱରର ଏୟାର ହୋଷ୍ଟେସ୍ ଆଣ୍ଡ୍ ହସପିଟାଲିଟି ଏକାଡେମୀ (ଆହା)ରେ ଦେଖା ଦେଇଛି ଛାତ୍ର ଅଶାନ୍ତି। ନିଯୁକ୍ତି ଦିଆଯାଉ ନ ଥିବା ଓ ନିଯୁକ୍ତି ନାଁରେ ଛାତ୍ରୀଙ୍କୁ ଯୌନଶୋଷଣ କରାଯାଉ ଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଇନଷ୍ଟିଚ୍ୟୁଟ୍ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସଂସ୍ଥାର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ କିଛି କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ୍ ପହଞ୍ଚିବା […]

aha

aha

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 02:44 PM IST

Sports

Latest News

aha1ଭୁବନେଶ୍ୱର: କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ କରି ବୁଧବାର ଭୁବନେଶ୍ୱରର ଏୟାର ହୋଷ୍ଟେସ୍ ଆଣ୍ଡ୍ ହସପିଟାଲିଟି ଏକାଡେମୀ (ଆହା)ରେ ଦେଖା ଦେଇଛି ଛାତ୍ର ଅଶାନ୍ତି। ନିଯୁକ୍ତି ଦିଆଯାଉ ନ ଥିବା ଓ ନିଯୁକ୍ତି ନାଁରେ ଛାତ୍ରୀଙ୍କୁ ଯୌନଶୋଷଣ କରାଯାଉ ଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଇନଷ୍ଟିଚ୍ୟୁଟ୍ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସଂସ୍ଥାର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ କିଛି କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ୍ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟ ପକ୍ଷରେ ଉଭୟ ପକ୍ଷ ଖାରବେଳ ଥାନାରେ ମାମଲା ରୁଜୁ କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଆହାର ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ ଏହି ସଂସ୍ଥା ୨୦୦୮ରୁ ଆରମ୍ଭ ହୋଇଛି। ଏବେ ଏହାକୁ ୭ ବର୍ଷ ହୋଇ ସାରିଲାଣି। କିନ୍ତୁ ଏହି ୭ ବର୍ଷ ମଧ୍ୟରେ କୌଣସି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦିଆଯାଇ ନାହିଁ। ଆଡମିଶନ ବାବଦକୁ ୧.୫୩ ଲକ୍ଷ ଟଙ୍କା ନିଆଯାଉଛି। ୬ ମାସର ତାଲିମ ପରେ ଏୟାର ଲାଇନ୍ସଗୁଡ଼ିକରେ ପ୍ରାରମ୍ଭିକ ୧୫ ହଜାର ଟଙ୍କା ସହିତ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଉଛି। ମାଗଣାରେ ରହିବା ସୁବିଧା ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଉଛି। କିନ୍ତୁ ୭ ବର୍ଷ ହେଲାଣି ଏଠାରୁ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଉଛି। କିଛି ହୋଟେଲ ବା କ୍ୟାମେରା ମଲଗୁଡ଼ିକରେ ଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ସେଠାରେ ସେମାନେ ଯୌନଶୋଷଣର ମଧ୍ୟ ଶିକାର ହେଉଛନ୍ତି।

ଆଉ ଜଣେ ଛାତ୍ରୀ କହିଛନ୍ତି ଯେ ସେ ଗତବର୍ଷ ଆହାରେ ଆଡମିଶନ୍ କରିଥିଲେ। ତାଙ୍କୁ ଏକ ସ୍ଥାନରେ ନିଯୁକ୍ତି ଦିଆଯାଇଛି। କିନ୍ତୁ ସେଠାରେ ତାଙ୍କୁ ଦରମା ଦିଆଯାଉନି। ସେ କେବଳ ବାଧ୍ୟ ହୋଇ କାମ କରୁଛନ୍ତି। ଏନେଇ ଅଭିଯୋଗ କଲେ କୁହାଯାଉଛି କମ୍ଫୋରମାଇଜ୍ କରି ନିଅ। ତେବେ ସେଠାରେ ଉଚ୍ଚ ଅଧିକାରୀମାନଙ୍କ ଶୋଇବା କ’ଣ କମ୍ଫୋରମାଇଜ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ତାଙ୍କୁ ସେକେଣ୍ଡ ସେମିଷ୍ଟାର ପରୀକ୍ଷା ଦେବାକୁ ଦିଆଯାଉନି।

ଆଉ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହାଇଦ୍ରାବାଦରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଶୋଷଣ କରାଯାଇଥିଲା। ମଦ ପିଇବାକୁ ଓ ଶାରୀରିକ ସଂପର୍କ ରଖିବାକୁ କୁହାଯାଉଥିଲା। ଏଠାକୁ ଆସି ଅଭିଯୋଗ କଲେ ମଧ୍ୟ କିଛଇ ସୁଫଳ ମିଳି ନ ଥିଲା। ଏପରିକି ଛାତ୍ରଛାତ୍ରୀମାନେ ଖାରବେଳ ନଗର ଥାନାରେ ୫ ଥର ଅଭିଯୋଗ କରିଥିଲେ। କିନ୍ତୁ ଆହା ପକ୍ଷରୁ ଲାଞ୍ଚ ଦେଇ ମାମଲାକୁ ରଫାଦଫା କରି ଦିଆଯାଉଥିଲା।

ଅନ୍ୟପକ୍ଷରେ ‘ଆହା’ର ନିର୍ଦ୍ଦେଶକ କର୍ଣ୍ଣେଲ ଦିଲ୍ଲୀପ ରାଉତରାୟ କହିଛନ୍ତି ଯେ ତାଙ୍କ ଇନଷ୍ଟିଚ୍ୟୁଟରୁ ପାସ୍ କରିଥିବା ଶହ ଶହ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି। ଆଜି ଏଠି ୧୦ରୁ ୧୧ ଜଣ ଛାତ୍ରଛାତ୍ରୀ ଗଣ୍ଡଗୋଳ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେମାନଙ୍କୁ ଚାକିରି ଦିଆଗଲେ ମଧ୍ୟ ସେମାନେ କରୁ ନାହାନ୍ତି। ଛାଡ଼ି କି ପଳାଇ ଆସୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସଂସ୍ଥା କେବଳ ତାଲିମ ଦିଏ। ନିଯୁକ୍ତି ଦେଉଥିବା ସଂସ୍ଥାର ସାକ୍ଷାତକାରରେ ‘ଆହା’ର କେହି ବସନ୍ତି ନାହିଁ। ତେଣୁ ନିଯୁକ୍ତି ଦେଉଥିବା ସଂସ୍ଥା କାହାକୁ ନେବ ବା ନ ନେବ, ତାହା ସଂପୂର୍ଣ୍ଣ ଭାବେ ତାଙ୍କର ଅଧିକାର। ଏଥିରେ ’ଆହା’ର କିଛି କରିବାର ନାହିଁ। ଜଣେ ଜଣେ ଛାତ୍ରଛାତ୍ରୀଙ୍କୁ ୫ରୁ ୬ ଥର ଲେଖାଏଁ ନିଯୁକ୍ତି ସୁଯୋଗ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story