କାର୍‌ ଇଞ୍ଜିନ ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଲାଣ ପାଇଁ ଦଲାଲଙ୍କ ସବୁ ଚାଲ ଫେଲ ମାରୁଛି। ସବୁ ଚାଲ ତରିକାକୁ ପଣ୍ଡ କରୁଛି ଅବକାରୀ ଗୁଇନ୍ଦା ବିଭାଗ। କାରର ସିକ୍ରେଟ୍ ଚାମ୍ବର ହେଉ କି ଇଞ୍ଜିନ ବଡି, ଯେଉଁଥିରେ ବି ଗଞ୍ଜେଇ ଚାଲାଣ ହେଲେ ଧରିବାକୁ ସକ୍ଷମ ହେଉଛି ବିଭାଗ। ଏହିକ୍ରମରେ ପୁଣି ଏକ ଗଞ୍ଜେଇ ଚାଲାଣ ରାକେଟକୁ ଧରିଛି ଅବକାରୀ ଗୁଇନ୍ଦା। କାରର ଇଞ୍ଜିନ ବଡିରେ ଲୁଚାଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ତେବେ ଗଞ୍ଜେଇ […]

car

car

Hemant Lenka
  • Published: Monday, 24 October 2022
  • Updated: 24 October 2022, 08:04 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଲାଣ ପାଇଁ ଦଲାଲଙ୍କ ସବୁ ଚାଲ ଫେଲ ମାରୁଛି। ସବୁ ଚାଲ ତରିକାକୁ ପଣ୍ଡ କରୁଛି ଅବକାରୀ ଗୁଇନ୍ଦା ବିଭାଗ। କାରର ସିକ୍ରେଟ୍ ଚାମ୍ବର ହେଉ କି ଇଞ୍ଜିନ ବଡି, ଯେଉଁଥିରେ ବି ଗଞ୍ଜେଇ ଚାଲାଣ ହେଲେ ଧରିବାକୁ ସକ୍ଷମ ହେଉଛି ବିଭାଗ। ଏହିକ୍ରମରେ ପୁଣି ଏକ ଗଞ୍ଜେଇ ଚାଲାଣ ରାକେଟକୁ ଧରିଛି ଅବକାରୀ ଗୁଇନ୍ଦା।

କାରର ଇଞ୍ଜିନ ବଡିରେ ଲୁଚାଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ତେବେ ଗଞ୍ଜେଇ ଚାଲାଣା ହେଉଥିବା ଗାଡ଼ିଟି ଏମିତି ସେମିତି କାର୍‌ ନୁହେଁ। ଅତ୍ୟାଧୁନିକ ହୋଣ୍ଡା ସିଟିରେ ଚାଲାଣ ହେଉଥିଲା ଗଞ୍ଜେଇ। କାର୍‌ର ଦାମ ୧୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଏଥିରେ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଅନ୍ୟତ୍ର ପଠା ଯାଉଥିଲା। ହେଲେ ଠିକଣାରେ ପହଞ୍ଚିବା ପୂର୍ବରୁ ଅବକାରୀ ବିଭାଗ ସବୁ ଯୋଜନାକୁ ଭଣ୍ଡୁ କରି ଦେଇଛି। ବାଲିଗୁଡ଼ାରୁ କାର୍‌ଟି ଭଞ୍ଜନଗର ଆଡ଼କୁ ଆସୁଥିବା ବେଳେ ଅଧା ବାଟରେ ଅବକାରୀ ବିଭାଗ ଏହାକୁ କାବୁ କରି ପାରିଛି।

ରବିବାର ବିଳମ୍ବିତ ରାତିରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟ ସାମନ୍ତଙ୍କୁ ଖବର ଆସିଥିଲା ଯେ ଗୋଟିଏ ଦାମୀ କାରରେ ଗଞ୍ଜେଇ ଚାଲାଣ ହେବ। ଏହି ସୂଚନା ମିଳିବା ପରେ ଅବକାରୀ ଟିମ୍‌ କାର୍‌କୁ ଧରିବାକୁ ଯୋଜନା ଆରମ୍ଭ କରିଥିଲା। ଯୋଜନା ମୁତାବକ ଅବକାରୀ ଟିମ୍‌ ଭଞ୍ଜନଗର ନିକଟ ଦୁର୍ଗାପ୍ରସାଦ ଅଞ୍ଚଳରେ କାର୍‌କୁ ଅପେକ୍ଷା କରି ଯାଞ୍ଚ ଆରମ୍ଭ କରିଥିଲା।

ଏହି ସମୟରେ ଗୋଟିଏ ହୋଣ୍ଡା ସିଟି କାରରେ ବାଲିଗୁଡା ଅଞ୍ଚଳର ପାନେଲ ଦିଗାଲଙ୍କ ସହ ଆଉ ୨ ଜଣ ବ୍ୟକ୍ତି ଭଞ୍ଜନଗରକୁ ଆସୁଥିବା ଅବକାରୀ ଟିମ୍‌ ନଜରକୁ ଆସିଥିଲା। ସେମାନଙ୍କୁ ପ୍ରଥମେ ଅଟକାଇ ଅବାକାରୀ ଗୁଇନ୍ଦା ବିଭାଗ ଅଧିକାରୀ ପଚରାଉଚରା କରିଥିଲେ। ପ୍ରାଥମିକ ଅବସ୍ଥାରେ ସେମାନେ ଅଧିକାରୀଙ୍କୁ ଚକମା ଦେବା ପାଇଁ ସୁପ୍‌ ପିଇବାର ବାହାନା କରିଥିଲେ।

ବାଲିଗୁଡ଼ାରୁ ସେମାନେ ସୁପ ପିଇବାକୁ ଭଞ୍ଜନଗର ଯାଉଥିବା କହିଥିଲେ। ତେବେ ସାମାନ୍ୟ ସୁପ ପାଇଁ ୪ ଜଣ ଏତେ ବାଟ ଆସିବା ଘଟଣାକୁ ଅଧିକାରୀମାନେ ସହଜରେ ହଜମ କରିପାରି ନଥିଲେ। ତେଣୁ ସେମାନଙ୍କ ଦାମୀ କାରକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କାରର ଭିତର ଡେସ୍କରୁ ଗୋଟିଏ ପ୍ୟାକେଟ ଗଞ୍ଜେଇ ବାହାରିଥିଲା।

କିନ୍ତୁ କାର୍‌ର ବ୍ୟାକ୍ ସାଇଡ ଓ ଵ୍ୟାକ ସିଟର ପଛ ପାଖ ଯାଞ୍ଚ ପରେ ବି ଅଧିକାରୀମାନେ କିଛି ବି ପାଇ ନଥିଲେ। କାରଣ କାର୍‌ର ଏହି ସବୁ ସ୍ଥାନରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଚାଲାଣ ହେବାର ନଜିର ରହିଛି। ହେଲେ ଏହି କାର୍‌ରୁ ସେମିତି କିଛି ମିଳି ନଥିଲା।

ଶେଷରେ ଘଣ୍ଟାଏ କାଳ ହଲା ପଟା ପରେ ଇଞ୍ଜିନ ଯାଞ୍ଚ କରିଥିଲେ ଅବାକାରୀ ଅଧିକାରୀ। ଏହି ସମୟରେ ଇଞ୍ଜିନ ଭିତରୁ ୩୦ କେଜିରୁ ଅଧିକ ଓଜନର ଗଞ୍ଜେଇ ମିଳିଥିଲା। ଜେରା ବେଳେ କାର୍‌ରେ ଥିବା ଯୁବକମାନେ କହିଛନ୍ତି ଯେ ଏତେ ପରିମାଣର ଗଞ୍ଜେଇକୁ ସେମାନେ ବାଲିଗୁଡ଼ାରେ ପ୍ୟାକିଂ କରି ଭୁବନେଶ୍ୱର ନେଉଥିଲେ। କଳ୍ପନା ପାଖରେ ଥିବା ଗୋଟିଏ ଲଜିଂରେ ଗଞ୍ଜେଇ ପ୍ୟାକେଟ ପହଞ୍ଚି ଥାଆନ୍ତା। ଏହାପରେ ସେଠାରୁ ଜଣେ ବେପାରୀ ଏହାକୁ ନେଇଥାଆନ୍ତେ। ତେବେ ଅବାକାରୀ ଟିମ୍‌ ସବୁ ଯୋଜନାକୁ ପଣ୍ଡ କରି ଦେଇଛି।

ଏହି ଘଟଣାରେ କାର୍‌ ସହ ୩ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରାଯାଇଛି। ସେହିପରି କାରରେ ଥିବା ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ବାଲିଗୁଡ଼ା ତାଳପଙ୍ଗା ଗାଁର ପାନେଲ୍ ଦିଗାଲ, ଆକାଶ ଦିଗାଲ ଓ ଦିଲୀପ ଦିଗାଲ। ଏମାନଙ୍କୁ ଆସନ୍ତାକଲି କୋର୍ଟ ଚାଲାଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos