ରାଜଧାନୀରେ ଘନ କୁହୁଡ଼ି, ଦୂରଗାମୀ ଟ୍ରେନ୍‌ ଯାତ୍ରାରେ ବିଳମ୍ୱ

ଭୁବନେଶ୍ୱର: ଆଜି ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ଓ ଦୂରଗାମୀ ଟ୍ରେନ୍‌ ଚଳାଚଳରେ ବିଳମ୍ୱ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ରାଜଧାନୀ ଭୁବନେଶ୍ୱରକୁ ଆଚ୍ଛାଦିତ କରି ରଖିଥିଲା। ତେଣୁ ଯିବା ଆସିବାରେ ଅସୁବିଧା ଦେଖାଯାଇଥିଲା। ୧୦ ମିଟର ଆଗକୁ କିଛି ଦେଖାଯାଉ ନ ଥିଲା। ଗାଡି ଚାଳକମାନେ ଲାଇଟ୍‌ ଦେଇ ଯାଉଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଆଗାମୀ ଦୁଇ […]

TrainFog

TrainFog

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 04:28 PM IST

Sports

Latest News

ଭୁବନେଶ୍ୱର: ଆଜି ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ଓ ଦୂରଗାମୀ ଟ୍ରେନ୍‌ ଚଳାଚଳରେ ବିଳମ୍ୱ ହୋଇଛି।

ଆଜି ସକାଳ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ରାଜଧାନୀ ଭୁବନେଶ୍ୱରକୁ ଆଚ୍ଛାଦିତ କରି ରଖିଥିଲା। ତେଣୁ ଯିବା ଆସିବାରେ ଅସୁବିଧା ଦେଖାଯାଇଥିଲା। ୧୦ ମିଟର ଆଗକୁ କିଛି ଦେଖାଯାଉ ନ ଥିଲା। ଗାଡି ଚାଳକମାନେ ଲାଇଟ୍‌ ଦେଇ ଯାଉଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଆଗାମୀ ଦୁଇ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

ଘନ କୁହୁଡି ଯୋଗୁଁ ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଏକାଧିକ ଦୂରଗାମୀ ଟ୍ରେନ୍‌ ବିଳମ୍ୱରେ ଯାତ୍ରା କରୁଛି। ରାଜଧାନୀ ଏକ୍ସପ୍ରେସ୍‌ ୧୨ ଘଣ୍ଟା ବିଳମ୍ବରେ ଛାଡ଼ିବ। ସେହିପରି ପୁରୁଷୋତ୍ତମ ଏକ୍ସପ୍ରେସ ୮ ଘଣ୍ଟା, ନୀଳାଚଳ ଏକ୍ସପ୍ରେସ ୧୦ ଘଣ୍ଟା ଓ ହୀରାଖଣ୍ଡ ଏକ୍ସପ୍ରେସ ୯ ଘଣ୍ଟା ବିଳମ୍ୱରେ ଛାଡ଼ବ ବୋଲି ରେଳ ବିଭାଗ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos