ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ, ଓଲଟି ପଡ଼ିଲା କାର୍‌

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କମାରଗୁଡ଼ା ନିକଟରେ ଗତକାଲି ରାତିରେ ଏକ ଇଣ୍ଡିଗୋ କାର୍‌ ଓଲଟି ୬ଜଣ  ଆହତ ହୋଇଛନ୍ତି।

ଆହତମାନଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଆହତମାନେ ବୈପରାରୀଗୁଡ଼ା ଓ ଚଣ୍ଡାଳମୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି।  ସେମାନେ ଏକ ପାରିବାରିକ ଉତ୍ସବରେ ଯୋଗ ଦେଇ ଫେରିବାବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଟ୍ରାକ୍ଟରକୁ ପଛରୁ ପିଟିବା ଫଳରେ ୨ ଜଣ  ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ରାଇଘର ଥାନା ଦେଓଭରଣ୍ଡି ଛକରେ ଘଟିଛି ଏହି ଦୁର୍ଘଟଣା। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।