କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ଟ୍ୟୁସନ୍‌ ଶିକ୍ଷକ ରଶ୍ମିକାନ୍ତ ସାହୁ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ କାର୍‌ ଭିତରେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଟ୍ୟୁସନ୍‌ ଶିକ୍ଷକ ରଶ୍ମିକାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ମୃତ ମହିଳା ହେଲେ ଏକ ପ୍ରମୁଖ ମଦ କମ୍ପାନୀର ଆଡିସନାଲ୍‌ ଭାଇସ୍‌ ପ୍ରେସିଡେଣ୍ଟ ଅନୀଲ୍‌ ରାଜମୋହନଙ୍କ ପତ୍ନୀ ପ୍ରଶିଲା ଜୟା। ହତ୍ୟାକାଣ୍ଡ ସନ୍ଦେହରେ ପୋଲିସ୍ ଟ୍ୟୁସନ୍‌ ଶିକ୍ଷକ ଓ ଡ୍ରାଇଭର୍‌ଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରିଥିଲା। ଟ୍ୟୁସନ୍‌ ସାର୍‌ ମହିଳାଙ୍କୁ […]

dead body

dead body

Rakesh Mallick
  • Published: Friday, 26 August 2016
  • Updated: 26 August 2016, 11:30 AM IST

Sports

Latest News

murderଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ କାର୍‌ ଭିତରେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଟ୍ୟୁସନ୍‌ ଶିକ୍ଷକ ରଶ୍ମିକାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ମୃତ ମହିଳା ହେଲେ ଏକ ପ୍ରମୁଖ ମଦ କମ୍ପାନୀର ଆଡିସନାଲ୍‌ ଭାଇସ୍‌ ପ୍ରେସିଡେଣ୍ଟ ଅନୀଲ୍‌ ରାଜମୋହନଙ୍କ ପତ୍ନୀ ପ୍ରଶିଲା ଜୟା।

ହତ୍ୟାକାଣ୍ଡ ସନ୍ଦେହରେ ପୋଲିସ୍ ଟ୍ୟୁସନ୍‌ ଶିକ୍ଷକ ଓ ଡ୍ରାଇଭର୍‌ଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରିଥିଲା। ଟ୍ୟୁସନ୍‌ ସାର୍‌ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ୍‌ ନିକଟରେ ସ୍ୱୀକାର କରିଛନ୍ତି। ଟ୍ୟୁସନ୍‌ ଶିକ୍ଷକ ଓ ମହିଳାଙ୍କ ମଧ୍ୟରେ ପରକୀୟ ପ୍ରୀତି ରହିଥିଲା। ଯାହାକୁ ଅଧାର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

ଗତକାଲି ମହିଳା ଜଣଙ୍କ ତାଙ୍କ ଡ୍ରାଇଭରଙ୍କ ସହ ଟ୍ୟୁସନ୍‌ ଶିକ୍ଷକଙ୍କ ଘରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଥିରେ ଟ୍ୟୁସନ୍‌ ଶିକ୍ଷକ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପ୍ରଥମେ ଏକ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏହାପରେ ମହିଳାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ।

ଟ୍ୟୁସନ୍‌ ଶିକ୍ଷକ ଡ୍ରାଇଭରକୁ ୧୦୦ ଟଙ୍କା ଦେଇ ଖାଇବାକୁ ପଠାଇ ଦେବା ପରେ ମହିଳାଙ୍କୁ ହତ୍ୟା କରିଥିଲେ। ମାଲିକାଣୀ ଆସିବାରେ ବିଳମ୍ୱ ହେବାରୁ ଡ୍ରାଇଭର୍ ଟ୍ୟୁସନ୍‌ ଶିକ୍ଷକଙ୍କ ଘରକୁ ଯାଇଥିଲେ। ସେଠାରେ ମାଲିକାଣୀ  ମୃତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos