ମନେ ପଡିଲାଣି ମାଉସୀ ଘର: ରଥ ନିର୍ମାଣ ପାଇଁ ଆଜ୍ଞା ଦେଲେ ମହାପ୍ରଭୁ

ପୁରୀ: ମାଉସୀ ମା’ ଘରୁ ଫେରିବାର ବର୍ଷେ ହେବାକୁ ବସିଲାଣି। ପୁଣି ଘରକୁ ଯିବାକୁ ମନ ବ୍ୟାକୁଳ ହେଲାଣି। ଶ୍ରୀମନ୍ଦିରରେ ଆଉ ତିନି ଠାକୁରଙ୍କ ମନ ଲାଗୁ ନାହିଁ। ଏଥିପାଇଁ ମାଉସୀ ଘରକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଜି ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଜଗନ୍ନାଥ ରଥ ନିର୍ମାଣ ପାଇଁ ଆଜ୍ଞା ଦେଇଛନ୍ତି। ଏହାପରେ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଛି। ୩ […]

puri

puri

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 07:10 PM IST

Sports

Latest News

ପୁରୀ: ମାଉସୀ ମା’ ଘରୁ ଫେରିବାର ବର୍ଷେ ହେବାକୁ ବସିଲାଣି। ପୁଣି ଘରକୁ ଯିବାକୁ ମନ ବ୍ୟାକୁଳ ହେଲାଣି। ଶ୍ରୀମନ୍ଦିରରେ ଆଉ ତିନି ଠାକୁରଙ୍କ ମନ ଲାଗୁ ନାହିଁ। ଏଥିପାଇଁ ମାଉସୀ ଘରକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଜି ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଜଗନ୍ନାଥ ରଥ ନିର୍ମାଣ ପାଇଁ ଆଜ୍ଞା ଦେଇଛନ୍ତି। ଏହାପରେ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି।

ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଛି। ୩ ବାଡ଼ର ପୂଜାପଣ୍ଡାଙ୍କ ଦ୍ୱାରା ଆଜ୍ଞାମାଳ ବିଜେ ପରେ ୩ଟି ଧଉରା କାଠରେ କୁରାଢ଼ୀ ଛୁଆଁଇ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପୂଜାପଣ୍ଡା ସେବାୟତ ଶ୍ରୀନଅର ସମ୍ମୁଖ ରଥଖଳାରେ ୩ଟି ଧଉରା କାଠ ରଖିଥିଲେ। ପରେ ଏହି କାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ରଥ ଅନୁକୂଳ ନୀତି ସମ୍ପନ୍ନ ହେବା ପରେ ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେଉଛି। ବିଧି ଅନୁସାରେ ରଥ ନିର୍ମାଣର ଶୁଭାରମ୍ଭ ପରେ ମହାପ୍ରଭୁଙ୍କ ସହ ଭୁଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos