କାଷ୍ଟିଂ କାଉଚ୍‌ ମାମଲା: ୧୬୪ ଧାରାରେ ଶର୍ମିଷ୍ଠାଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ଅଭିନେତ୍ରୀ ଶର୍ମିଷ୍ଠାଙ୍କର ୧୬୪ ଧାରାରେ ଆଜି ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ଗତକାଲି ୧୬୧ ଧାରାରେ ଶର୍ମିଷ୍ଠାଙ୍କ ବୟାନ ରେକର୍ଡ ହୋଇଥିଲା।

ସୋମବାର ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ  ୬ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା। ନିର୍ଦ୍ଦେଶକ ଚଣ୍ଡୀ ପରିଜା, ତାପସ ସରଘରିଆ, ପ୍ରଯୋଜକ ବିନି ସାମଲ, ତାଙ୍କ ସ୍ୱାମୀ ନିହାର ସାମଲ, ପ୍ରଯୋଜକ ସୁବ୍ରତ ଜେନା ଓ ଇଭେଣ୍ଟ ମ୍ୟାନେଜର୍ ବାପି ଜେନାଙ୍କୁ  ନୋଟିସ ଜାରି କରାଯାଇଛି।

ଅଭିନେତ୍ରୀ ଶର୍ମିଷ୍ଠା  କହିଛନ୍ତି, “ମୁଁ ମହିଳା ଥାନାରେ କେସ ରୁଜୁ କରିବା ପରେ  ମୋ ଆଶା କରିବା ଠାରୁ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ। ସେମାନେ ପ୍ରତିଷ୍ଠିତ ବ୍ୟକ୍ତି ହେଇଥିଲେ ମଧ୍ୟ ମୋତେ ମୋ  ଅଧିକାର ମିଳିବା ଦରକାର।  ସେମାନଙ୍କ ଭଳି  ମୁଁ ଭି ଏ ଦେଶର ନାଗରିକ।  ସେମାନଙ୍କୁ ପୋଲିସ୍ ତୁରନ୍ତ ଗିରଫ କରନ୍ତୁ ଓ  ତାଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ।”