ଓଡ଼ିଆ ସାହିତ୍ୟରେ ଚାଲିଛି କି କାଷ୍ଟିଂ କାଉଚ୍?

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତରେ କାଉଚ। ଏଭଳି ଅଭିଯୋଗ ଆସିଛି ଜଣେ ବିଶିଷ୍ଟ ପ୍ରବନ୍ଧକ ତଥା ଲେଖକଙ୍କ ବିରୋଧରେ। ଏନେଇ ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ସଂପୃକ୍ତ କବି ତଥା ପ୍ରବନ୍ଧକ  ପତ୍ରପତ୍ରିକା  ଓ ଖବର କାଗଜରେ କବିତା ପ୍ରକାଶନ କରାଇ ନୂଆ ପିଢିର ନାରୀ କବିଙ୍କୁ ସାହିତ୍ୟିକା ଭାବରେ ପ୍ରତିଷ୍ଠିତ କରାଇଦେବା ନାଁରେ ପ୍ରଲୋଭନ ଦେଉଥିବା ଅଭିଯୋଗ ହୋଇଛି।  ଅଭିଯୋଗ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମହିଳା କମିଶନ ସୂଚନା ଦେଇଛନ୍ତି।