କାଷ୍ଟିଂ କାଉଚ ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପପୁ ପମ୍‌ପମ୍‌

କଟକ: ନାବାଳିକା କାଷ୍ଟିଂ କାଉଚ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ଅଭିଯୋଗରେ ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କୁ ଗତ ଜୁନ୍‌ ୩୦ରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ଗିରଫ କରିଥିଲା। ଏହି ମାମଲାରେ ପପୁଙ୍କ ବିରୋଧରେ ଦଫା ୩୫୪-କ, ୫୦୬, ୫୦୯ ସହ ପ୍ରିଭେନସନ୍‌ ଅଫ୍‌ ଚାଇଲ୍ଡ ସେକ୍‌ସୁଆଲ୍ ହାରାସ୍‌ମେଣ୍ଟ ଆଇନ୍‌ ଧାରା ୮, ୧୨ ଓ ୧୭ ବଳରେ  ମାମଲା ରୁଜୁ ହୋଇଛି।