ସିବିଆଇର ପାର୍ଟ-୨: ସିସୋର୍‌ଠାରୁ ପ୍ରଭାତ କେତେ ନେଇଛନ୍ତି ଦାଖଲ ହେଲା ଚାର୍ଜସିଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିସୋର ଚିଟ୍‌ଫଣ୍ଡ ମାମଲାରେ ପୁଣି ପ୍ରଭାତ ବିଶ୍ୱାଳଙ୍କ ପାଇଁ ବଢିଲା ଅଡୁଆ। ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ସିସୋରକୁ ସୁରକ୍ଷା ଦେବା ଓ ଅହେତୁକ ଅନୁକମ୍ପା ଦେଖାଇବା ସହ ସିସୋର ଚିଟ୍‌ଫଣ୍ଡ ମିଟିଂରେ ଯୋଗଦେଇଥିଲେ। ଆଜି ସ୍ପେଶାଲ ସିବିଆଇ କୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସହ ୧୦୦ ପୃଷ୍ଠା ବିଶିଷ୍ଟ ଦ୍ୱିତୀୟ ଚାର୍ଜସିଟ ଦାଖଲ କରିଛି ସିବିଆଇ। ପ୍ରଭାତ ସିସୋରଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ବେଳେ, ପରେ ଜାଲ କାଗଜପତ୍ର […]

prabhat

prabhat

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 10:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିସୋର ଚିଟ୍‌ଫଣ୍ଡ ମାମଲାରେ ପୁଣି ପ୍ରଭାତ ବିଶ୍ୱାଳଙ୍କ ପାଇଁ ବଢିଲା ଅଡୁଆ। ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ସିସୋରକୁ ସୁରକ୍ଷା ଦେବା ଓ ଅହେତୁକ ଅନୁକମ୍ପା ଦେଖାଇବା ସହ ସିସୋର ଚିଟ୍‌ଫଣ୍ଡ ମିଟିଂରେ ଯୋଗଦେଇଥିଲେ। ଆଜି ସ୍ପେଶାଲ ସିବିଆଇ କୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସହ ୧୦୦ ପୃଷ୍ଠା ବିଶିଷ୍ଟ ଦ୍ୱିତୀୟ ଚାର୍ଜସିଟ ଦାଖଲ କରିଛି ସିବିଆଇ।

ପ୍ରଭାତ ସିସୋରଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ବେଳେ, ପରେ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇଥିବା ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ପ୍ରଭାତଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାଶିନୀ, ଆପିକଲ ପୂର୍ବତନ ଏମ୍‌ଡି ତଥା ଅବସରପ୍ରାପ୍ତ  ବରିଷ୍ଠ ଓଏଏସ୍  ପ୍ରଦୀପ ହୋତା ଓ ତାଙ୍କ ପତ୍ନୀ ପ୍ରତିମା ହୋତାଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।  ସିସୋରକୁ ଏଗ୍ରିକଲ୍‌ଚର ପ୍ରୋଜେକେଟରେ ଅହେତୁକ ଅନୁକମ୍ପା ଦେଖାଇବାରୁ ପ୍ରଦୀପ ଓ ପ୍ରତିମାଙ୍କ ଜଏଣ୍ଟ ଆକାଉଣ୍ଟକୁ ୧୯ ଲକ୍ଷରୁ ଅଧିକ ଟଙ୍କା ଯାଇଥିବା ଚାର୍ଜସିଟ୍‌ରେ ରହିଛି।

ସେହିପରି ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ତାଙ୍କର ଆଉ ଏକ  କମ୍ପାନୀ ବିରୋଧରେ ମଧ୍ୟ ଚାର୍ଜସିଟ ହୋଇଛି। ମୋଟ ୫ ଜଣଙ୍କ ବିରୋଧରେ ଠକେଇ, ଅପରାଧୀକ ଷଡ଼ଯନ୍ତ୍ର, ଜାଲିଆତି ଭଳି ଦଫା ଲାଗିଛି। ସେପଟେ ସିସୋର ଗ୍ରୁପ୍ ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ପୁଣି ୧୫ ଓ ୧୬ ତାରିଖରେ ଦୁଇଦିନିଆ ରିମାଣ୍ଡରେ ନିଆଯିବ ବୋଲି ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି।  ପୂର୍ବରୁ ମଧ୍ୟ ପ୍ରଶାନ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos