ବାଟବଣା ସିବିଆଇ! ହାଇକୋର୍ଟ ବିଚାରପତିଙ୍କ ଘରେ ହାଜର

କଟକ(ଓଡ଼ିଶା ରିପୋର୍ଟର): କଟକରେ ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ସିବିଆଇ ଅଧିକାରୀମାନେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍ ନିନ୍ଦା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଛି। ଏହାର ପ୍ରତିବାଦରେ ବାର୍‌ ଆସୋସିଏସନ୍‌ ଆଜିଠୁ ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ଥିବା କ୍ୱାର୍ଟର ନମ୍ବର ISO 4 ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର. ଦାସ ରହୁଛନ୍ତି। […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 10:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକରେ ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ସିବିଆଇ ଅଧିକାରୀମାନେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍ ନିନ୍ଦା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଛି। ଏହାର ପ୍ରତିବାଦରେ ବାର୍‌ ଆସୋସିଏସନ୍‌ ଆଜିଠୁ ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି।

କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ଥିବା କ୍ୱାର୍ଟର ନମ୍ବର ISO 4 ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର. ଦାସ ରହୁଛନ୍ତି। ଗତକାଲି ରାତି ପ୍ରାୟ ସାଢେ ଗୋଟାଏ ବେଳେ ସିବିଆଇର ୬ରୁ ୭ ଜଣ ଅଧିକାରୀ ସେଠାରେ ପହଞ୍ଚି ପୂର୍ବରୁ ରହୁଥିବା ଜଷ୍ଟିସ ଆଇ.ଏମ୍. କୁଦ୍ଦୁସୀଙ୍କ ସଂପର୍କରେ ପଚରାଉଚରା କରିଥିଲେ। ଏପରିକି ସେମାନେ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଓ୍ୱାରେଣ୍ଟ ଦେଖାଇଥିଲେ। ପରେ ସିବିଆଇ ଅଧିକାରୀମାନେ ଜଷ୍ଟିସ ଦାସଙ୍କୁ ମଧ୍ୟ ସାକ୍ଷାତ କରିବାକୁ ଚାହିଁ ଥିଲେ। ମାତ୍ର ଏତେ ରାତିରେ ସମ୍ଭବ ନୁହେଁ ବୋଲି ସୁରକ୍ଷାକର୍ମୀ କହିଥିଲେ। ଏହା ପରେ କ୍ୟାଣ୍ଟନମେଣ୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଅଧିକାରୀମାନଙ୍କୁ ଥାନାକୁ ନେଇ ଯାଇଥିଲେ। ସିବିଆଇ ଏସ୍‌ପି ସ୍ପଷ୍ଟ କରିବା ପରେ ସଂପୃକ୍ତ ଅଧିକାରୀମାନଙ୍କୁ ପୋଲିସ ଛାଡି ଦେଇଥିବା ଆଲୋଚନା ହେଉଛି। ଏନେଇ ଜଷ୍ଟିସ ଦାସଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସିବିଆଇର ଏଭଳି କାର୍ଯ୍ୟକୁ ଆଇନଜୀବୀ ନାପସନ୍ଦ କରିଛନ୍ତି।

ସିବିଆଇ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ଜୋରଦାର ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ପ୍ରତିବାଦରେ ଆଜିଠାରୁ ଆସନ୍ତାକାଲି ଅପରାହ୍ଣ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି। ତା’ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ସଂପୃକ୍ତ ଅଧିକାରୀମାନଙ୍କୁ ସସ୍‌ପେଣ୍ଟ କରିବା ଲାଗି ବାର୍‌ ଆସୋସିଏସନ୍‌ ଦାବି କରିଛି। ତେବେ ଏନେଇ ସିବିଆଇ କର୍ତ୍ତୃପକ୍ଷ  କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ହାଇକୋର୍ଟ ବାର ଆସୋସିଏସନ୍ ଉପସଭାପତି କାଳୀପ୍ରସନ୍ନ ମିଶ୍ର କହିଛନ୍ତି-“ସିବିଆଇ ଅଧିକାରୀମାନେ ଗତକାଲି ରାତିରେ ଯେପରି ବିଚାରପତିଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିଲେ, ଆମେ ତାହାକୁ ନିନ୍ଦା କରୁଛୁ। ଏହାର ପ୍ରତିବାଦରେ ଆଜି ୨ଟାଠାରୁ ଆସନ୍ତାକାଲି ଅପରାହ୍ନ-୧ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରାଯାଇଛି। ପରବର୍ତ୍ତି କାର୍ଯ୍ୟପନ୍ଥା ଆସନ୍ତାକାଲି ସ୍ଥିର କରାଯିବ।”

ସେ ଆହୁରି ମଧ୍ୟ କହିଛନ୍ତି-“ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଆମର ଭରସା ନାହିଁ। ସେଥିପାଇଁ ଏହି ଘଟଣାକୁ ସୁପ୍ରିମକୋର୍ଟ ବା ହାଇକୋର୍ଟର ସିଟିଂ ଜଜ୍‌ଙ୍କ ମାଧ୍ୟମରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story