ଫସିଗଲା ସିବିଆଇ: ମହଙ୍ଗା ପଡ଼ିଲା ବିଚାରପତିଙ୍କ ଘରେ ପଶିବା ଉଦ୍ୟମ, ମାମଲା ରୁଜୁ କଲା ଓଡ଼ିଶା ପୋଲିସ

କଟକ (ଓଡ଼ିଶା ରିପୋର୍ଟର): କଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ପଶିବା ଉଦ୍ୟମକୁ ନେଇ ଆଜି ଓଡ଼ିଶା ପୋଲିସ ଓ ସିବିଆଇ ମୁହାଁମୁହିଁ ହୋଇଛନ୍ତି। ସିବିଆଇ ଯେକୌଣସି ଘଟଣାର ତଦନ୍ତ କଲେ ରାଜ୍ୟ ପୋଲିସର ସହାୟତା ନେଇଥାଏ। ଆଜି ସେହି ପୋଲିସ କବ୍‌ଜାରେ ସିବିଆଇ ପଡ଼ିଛି। ବିଚାରପତିଙ୍କ ବାସଭବନରେ ପ୍ରବେଶ ଉଦ୍ୟମ ଘଟଣାକୁ ନେଇ ଆଜି କ୍ୟାଣ୍ଟନମେଣ୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ବିଚାରପତିଙ୍କ ବାସଭବନ ଗେଟ୍‌ରେ ସୁରକ୍ଷା ଦାୟିତ୍ୱରେ ଥିବା ହୋମ୍‌ଗାର୍ଡ଼ଙ୍କ ବୟାନ ଭିତ୍ତିରେ […]

cbi

cbi

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 10:52 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ପଶିବା ଉଦ୍ୟମକୁ ନେଇ ଆଜି ଓଡ଼ିଶା ପୋଲିସ ଓ ସିବିଆଇ ମୁହାଁମୁହିଁ ହୋଇଛନ୍ତି। ସିବିଆଇ ଯେକୌଣସି ଘଟଣାର ତଦନ୍ତ କଲେ ରାଜ୍ୟ ପୋଲିସର ସହାୟତା ନେଇଥାଏ। ଆଜି ସେହି ପୋଲିସ କବ୍‌ଜାରେ ସିବିଆଇ ପଡ଼ିଛି। ବିଚାରପତିଙ୍କ ବାସଭବନରେ ପ୍ରବେଶ ଉଦ୍ୟମ ଘଟଣାକୁ ନେଇ ଆଜି କ୍ୟାଣ୍ଟନମେଣ୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ବିଚାରପତିଙ୍କ ବାସଭବନ ଗେଟ୍‌ରେ ସୁରକ୍ଷା ଦାୟିତ୍ୱରେ ଥିବା ହୋମ୍‌ଗାର୍ଡ଼ଙ୍କ ବୟାନ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି।

ଗତକାଲି ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ଥିବା କ୍ୱାର୍ଟର ନମ୍ବର ISO 4 ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର. ଦାସଙ୍କ ବାସ ଭବନ ନିକଟରେ ସିବିଆଇର ୪ରୁ ୫ ଜଣ ଅଧିକାରୀ ପହଞ୍ଚି ପୂର୍ବରୁ ଏଠାରେ ରହୁଥିବା ଜଷ୍ଟିସ ଆଇ.ଏମ୍. କୁଦ୍ଦୁସୀଙ୍କ ସଂପର୍କରେ ପଚାରି ଥିଲେ। ଏପରିକି ସେମାନେ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଓ୍ୱାରେଣ୍ଟ ଦେଖାଇଥିଲେ। ପରେ ସିବିଆଇ ଅଧିକାରୀମାନେ ଜଷ୍ଟିସ ଦାସଙ୍କୁ ମଧ୍ୟ ସାକ୍ଷାତ କରିବାକୁ ଚାହିଁ ଥିଲେ। ମାତ୍ର ଏତେ ରାତିରେ ସମ୍ଭବ ନୁହେଁ ବୋଲି ସୁରକ୍ଷାକର୍ମୀ କହିଥିଲେ। ଏହା ପରେ କ୍ୟାଣ୍ଟନମେଣ୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଅଧିକାରୀମାନଙ୍କୁ ଥାନାକୁ ନେଇ ଯାଇଥିଲେ। ସିବିଆଇ ଏସ୍‌ପି ସ୍ପଷ୍ଟ କରିବା ପରେ ସଂପୃକ୍ତ ଅଧିକାରୀମାନଙ୍କୁ ପୋଲିସ ଛାଡି ଦେଇଥିବା ଆଲୋଚନା ହେଉଛି।

ଅନ୍ୟପକ୍ଷରେ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସିବିଆଇ ମୁଖପାତ୍ର ଅଭିଷେକ ଦୟାଲ କହିଛନ୍ତି-“ଗତକାଲି ରାତିରେ ଆମର ଏକ ଟିମ୍‌ କଟକ ଯାଇଥିଲା। ବର୍ତ୍ତମାନର ବିଚାରପତିଙ୍କ ସହ ଆମର କିଛି ଲେନ୍‌ଦେନ୍ ନାହିଁ। ଜଷ୍ଟିସ କୁଦ୍ଦୁସି ରହୁଥିବା ଜାଗାରେ ଆମେ ରେଡ୍‌ କରିଥିଲୁ। ଜଷ୍ଟିସ କୁଦ୍ଦୁସି ଦେଶର ଯେଉଁ ଯେଉଁ ଜାଗାରେ ରହୁଥିଲେ, ସବୁଠି ଯାଞ୍ଚ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story