ଭୁବନେଶ୍ୱର: ପୋଲିସ୍ ଡିଜି କେ.ବି ସିଂହଙ୍କୁ ଆଜି ଭେଟିଛନ୍ତି ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏ.କେ. ସିଂହ ଓ ଏସ୍ପି ରାଜୀବ ସିଂହ। ସିବିଆଇର ଏହି ଦୁଇ ଅଧିକାରୀ ଡିଜିପିଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୟାମ୍ପ୍ ଅଫିସ୍ରେ ଭେଟିଥିଲେ। ଡିଜିଙ୍କୁ ଦୁଇ ଜଣ ବରିଷ୍ଠ ସିବିଆଇ ଅଧିକାରୀ ଭେଟିବାର କାରଣକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ହେଉଛି। ତେବେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏ.କେ ସିଂହ କହିଛନ୍ତି ଯେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।