ଚିଟଫଣ୍ଡ୍ ଠକେଇ: ଗ୍ରୀନ-ରେ ଇଣ୍ଟରନ୍ୟାଶନାଲ୍ ଉପରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ଇଣ୍ଟରନ୍ୟାଶନାଲ୍ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏକକାଳୀନ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶବ୍ୟାପୀ ୨୦ଟି ସ୍ଥାନରେ ଚଢାଉ କରାଯାଇଛି । ଓଡ଼ିଶାରେ ୧୦୦ କୋଟି ଟଙ୍କ।ର ଠକେଇ ଅଭିଯୋଗ ରହିଛି କମ୍ପାନୀ ନାଁରେ । ଏପଟେ କମ୍ପାନୀର ନିର୍ଦ୍ଦେଶକ କିଏ ଥିଲେ, ପୂର୍ବରୁ ସେବି କମ୍ପାନୀକୁ କ’ଣ ନିର୍ଦ୍ଦେଶ ଦେଇଥିଲା ତାହାର ଦସ୍ତାବିଜ୍ ପାଇଛି ଓଟିଭି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ରହିଛି ଗ୍ରୀନ-ରେ ଇଣ୍ଟରନ୍ୟାଶନାଲର ବିରାଟ […]

green india

green india

Rakesh Mallick
  • Published: Monday, 28 September 2015
  • Updated: 28 September 2015, 03:08 PM IST

Sports

Latest News

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ଇଣ୍ଟରନ୍ୟାଶନାଲ୍ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏକକାଳୀନ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶବ୍ୟାପୀ ୨୦ଟି ସ୍ଥାନରେ ଚଢାଉ କରାଯାଇଛି । ଓଡ଼ିଶାରେ ୧୦୦ କୋଟି ଟଙ୍କ।ର ଠକେଇ ଅଭିଯୋଗ ରହିଛି କମ୍ପାନୀ ନାଁରେ । ଏପଟେ କମ୍ପାନୀର ନିର୍ଦ୍ଦେଶକ କିଏ ଥିଲେ, ପୂର୍ବରୁ ସେବି କମ୍ପାନୀକୁ କ’ଣ ନିର୍ଦ୍ଦେଶ ଦେଇଥିଲା ତାହାର ଦସ୍ତାବିଜ୍ ପାଇଛି ଓଟିଭି ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ରହିଛି ଗ୍ରୀନ-ରେ ଇଣ୍ଟରନ୍ୟାଶନାଲର ବିରାଟ ଅଫିସ୍। ଆଜି ସିବିଆଇର ଏକ ଟିମ୍ ଏହି ଅଫିସରେ ଚଢାଉ କରି କାଗଜପତ୍ର ଯାଞ୍ଚ କରିଛନ୍ତି । ସେହିପରି ଜଳେଶ୍ୱର ସମେତ ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରେ ସଂସ୍ଥାର ଅଫିସରେ ମଧ୍ୟ ଚଢାଉ କରାଯାଇଛି । ଏହାସହ ଦିଲ୍ଲୀ ଓ କୋଲକତା ଅଫିସରେ ବି ଚଢାଉ କରାଯାଇଥିବା ସୂଚନା ମିଳିଛି। ଦେଶର ପ୍ରାୟ ୧୩ ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା ଏହି ଚିଟଫଣ୍ଡ ସଂସ୍ଥା। ଓଡ଼ିଶାରେ ଥିଲା କମ୍ପାନୀର ୪୧ଟି ଶାଖା। କାରବାରର ମୁଖ୍ୟ ସ୍ଥଳ ଥିଲା ବାଲେଶ୍ୱର, ଗଞ୍ଜ।ମ, ସୋନପୁର, ଖୋର୍ଦ୍ଧା। ବିଭିନ୍ନ ଯୋଜନାରେ ଗ୍ରୀନ-ରେ ଇଣ୍ଟରନ୍ୟାଶନାଲ ଚିଟଫଣ୍ଡ ସଂସ୍ଥା ଶହେ କୋଟିରୁ ଅଧିକ ଟଙ୍କ। ଠକେଇ କରିଥିବା ଅଭିଯୋଗ ହୋଇଛି। ୨୦୦୫ରୁ ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥା ନାଁରେ ୧୨ଟି ମାମଲା ରହିଛି।

ତେବେ ଓଟିଭି ହାତରେ ଲାଗିଛି ଗ୍ରୀନ-ରେ ଇଣ୍ଟରନ୍ୟାଶନାଲର କାରବାର ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ଫେବ୍ରୁୟାରୀ ୨୦୧୪ରେ ଗ୍ରୀନ-ରେକୁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବିର ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏଥିରେ କମ୍ପାନୀର ଅର୍ଥ ସଂଗ୍ରହ କରିବା ନେଇ ୨୦୧୩ ଡିସେମ୍ୱର ୧୯ରେ କମ୍ପାନୀ, କମ୍ପାନୀ ଏମଡି ମୀର୍ ସାହରିଦ୍ଦୁନ୍, ନିର୍ଦ୍ଦେଶକ ମୀର ତାହିରୁଦ୍ଦିନ୍, ଆୟୁବ ଶାହା ଏବଂ ଖଲିକ୍ ଶାହାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ସେବି। ଲୋକଙ୍କଠାରୁ ଅର୍ଥ ସଂଗ୍ରହ ପାଇଁ ରିୟଲ୍ ଗୋଲ୍ଡ ପ୍ଲାନ୍, ଏଭରଗ୍ରୀନ ପ୍ଲାନ୍, ମ୍ୟାରେଜ୍ ପ୍ଲାନ୍, ଟାଇକୁନ୍ ପ୍ଲାନ୍, ହାପି ନେସନ ପ୍ଲାନ୍ ଓ ଗ୍ରୀନ ଲାଇନ ପ୍ଲାନ୍ ପରି ୬ଟି ସ୍କିମ୍ କରିଥିଲା କମ୍ପାନୀ।

ମ୍ୟାରେଜ୍ ପ୍ଲାନ୍ ଅନୁସାରେ ଜଣେ ଗ୍ରାହକ କମ୍ପାନୀଠାରୁ ୪୧ ପ୍ରତିଶତ ଆଡିସନାଲ୍ ଚାର୍ଜ ସହିତ ୨୪ କ୍ୟାରେଟ୍ ସୁନା ବା ଫ।ଇନ ସିଲଭର କିଣିବେ । ଯଦି ଗ୍ରାହକ ୬ ବର୍ଷରେ ସେହି ସୁନାକୁ ବିକ୍ରି କରନ୍ତି ତେବେ ତାଙ୍କୁ ୬୦ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରାଯିବ। କମ୍ପାନୀ ସୁନା କିଣାବିକାରେ ବହୁ ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିବା ଦର୍ଶାଯାଇଥିଲା। ସବୁଠାରୁ ବଡ଼କଥା ହେଲା ୬ଟି ଯାକ ସ୍କିମରେ ଗ୍ରାହକ ସ୍କିମ ବନ୍ଦ ହେବା ପୂର୍ବରୁ ଚାହିଁଲେ ମଧ୍ୟ ବନ୍ଦ କରିପାରିବ ନାହିଁ ବୋଲି ନିୟମ ରହିଥିଲା।

ସେହିପରି ସେବି ଗ୍ରୀନ-ରେ ଇଣ୍ଟରନ୍ୟାଶନାଲକୁ କିଛି ନିର୍ଦ୍ଦେଶନାମା ବି ଜାରି କରିଥିଲେ । ଏଥିରେ ଗ୍ରୀନ-ରେ ଇଣ୍ଟରନ୍ୟାଶନାଲ୍ ଲିମିଟେଡ୍ ଓ ଏହାର ନିର୍ଦ୍ଦେଶକ ତଥା ପ୍ରମୋଟର ଆଉ ଅର୍ଥ ସଂଗ୍ରହ କରିପାରିବେ ନାହିଁ କି ନୂଆ ସ୍କିମ ଆରମ୍ଭ କରିପାରିବେ ନାହିଁ। କମ୍ପାନୀ ସଂଗ୍ରହ କରିଥିବା ଅର୍ଥ ଫେରସ୍ତ କରିବ । ରାଜ୍ୟ ସରକାର ଓ ସ୍ଥାନୀୟ ପୋଲିସକୁ କମ୍ପାନୀ ବିରୋଧରେ ସିଭିଲ ଓ କ୍ରିମିନାଲ କେସ୍ କରିବାକୁ ନିର୍ଦ୍ଦେଶ ଦିଆଯିବାକୁ ଉଲ୍ଲେଖ ଥିଲା । ଗ୍ରୀନ-ରେ ଇଣ୍ଟରନ୍ୟାଶନାଲକୁ ବନ୍ଦ କରିବା ପାଇଁ କର୍ପୋରେଟ୍ ଆଫେୟାର୍ସ ମିନିଷ୍ଟ୍ରିକୁ ସେବି ସୁପାରିଶ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଥିଲା।

ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ନାଇଜେରିଆରେ ବି ବ୍ୟବସାୟ ବିସ୍ତାର କରିଥିଲା ଗ୍ରୀନ୍-ରେ ଇଣ୍ଟରନ୍ୟାଶନାଲ୍। କମ୍ପାନୀର କାରବାର ସମ୍ପର୍କରେ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ୬୦ ଲକ୍ଷ ଟଙ୍କ। ଓ ୧୯ ଏକର ଜମି ବାଜ୍ୟାପ୍ତି ପାଇଁ ଅର୍ଥ ବିଭାଗ ସୁପାରିଶ କରିଥିଲା କ୍ରାଇମବ୍ରାଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos