ଜଷ୍ଟିସ୍‌ଙ୍କ ଘରେ ପଶିବା ଉଦ୍ୟମ ଘଟଣା: ପୋଲିସ ନିକଟରେ ରିପୋର୍ଟ ଦାଖଲ କଲା ସିବିଆଇ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସି.ଆର. ଦାଶଙ୍କ ଘରେ ରାତି ଅଧିଆ ସିବିଆଇ ଅଧିକାରୀମାନେ ପଶିବା ଉଦ୍ୟମ ଘଟଣାରେ କମିଶନରେଟ୍‌ ପୋଲିସ ସିବିଆଇକୁ ତଥ୍ୟ ମାଗିଥିଲା। ଆଜି ସିବିଆଇ ପକ୍ଷରୁ ସମସ୍ତ ତଥ୍ୟ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଜମା କରାଯାଇଛି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆଇ.ଏମ୍. କୁଦ୍ଦୁସିଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସିବିଆଇ ଭୁଲ୍‌ରେ ଜଷ୍ଟିସ୍‌ କୁଦ୍ଦୁସିଙ୍କ କ୍ୱାର୍ଟର୍ସ ଭାବି ବର୍ତ୍ତମାନ ବିଚାରପତି ଥିବା […]

highcoat

highcoat

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 12:49 PM IST

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସି.ଆର. ଦାଶଙ୍କ ଘରେ ରାତି ଅଧିଆ ସିବିଆଇ ଅଧିକାରୀମାନେ ପଶିବା ଉଦ୍ୟମ ଘଟଣାରେ କମିଶନରେଟ୍‌ ପୋଲିସ ସିବିଆଇକୁ ତଥ୍ୟ ମାଗିଥିଲା। ଆଜି ସିବିଆଇ ପକ୍ଷରୁ ସମସ୍ତ ତଥ୍ୟ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଜମା କରାଯାଇଛି।

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆଇ.ଏମ୍. କୁଦ୍ଦୁସିଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସିବିଆଇ ଭୁଲ୍‌ରେ ଜଷ୍ଟିସ୍‌ କୁଦ୍ଦୁସିଙ୍କ କ୍ୱାର୍ଟର୍ସ ଭାବି ବର୍ତ୍ତମାନ ବିଚାରପତି ଥିବା ସି.ଆର. ଦାଶଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା। ମାତ୍ର ଗେଟ୍‌ରେ ସୁରକ୍ଷା କର୍ମୀମାନେ ବିରୋଧ କରିଥିଲେ। ପରେ ସିବିଆଇ କର୍ମଚାରୀମାନେ ସି.ଆର. ଦାଶଙ୍କ ସହିତ କଥା ହେବାକୁ ଚାହିଁ ଥିଲେ। ରାତି ଅଧିକ ହୋଇଥିବାରୁ ବିଚାରପତିଙ୍କ ସହିତ ଭେଟିବାକୁ ଦିଆଯିବ ନାହିଁ ବୋଲି ସୁରକ୍ଷା ଅଧିକାରୀମାନେ କହିବାରୁ ସିବିଆଇ ଅଧିକାରୀମାନେ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ସେମାନଙ୍କୁ (ସିବିଆଇ ଅଧିକାରୀ) କ୍ୟାଣ୍ଟନମେଣ୍ଟ ଥାନାକୁ ନେଇ ପଚରାଉଚରା କରିଥିଲେ। ସିବିଆଇ ଏସ୍‌ପିଙ୍କ ସହିତ କଥା ହେବା ପରେ କ୍ୟାଣ୍ଟନମେଣ୍ଟ ଥାନା ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କୁ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos