ସିବିଏସ୍‌ଇ ରେଜଲ୍ଟ ବିଭ୍ରାଟ: ଭୁବନେଶ୍ୱର ଅଫିସ୍‌ରେ ଦୁଇ ଅଧିକାରୀ, କରୁଛନ୍ତି ସମୀକ୍ଷା

ଭୁବନେଶ୍ୱର: ସିବିଏସ୍ଇ ରେଜଲ୍ଟ ବିଭ୍ରାଟର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରୀୟ ଅଧିକାରୀ। ଟିମ୍‌ରେ ଅଛନ୍ତି ପରୀକ୍ଷା ନିୟନ୍ତ୍ରକ କେ.କେ. ଚୌଧୁରୀ ଏବଂ ଡେପୁଟି ସେକ୍ରେଟେରୀ ଡି.କେ. ଗୋୟଲ। ଉଭୟେ ଭୁବନେଶ୍ୱର ସ୍ଥିତ ସିବିଏସ୍‌ଇ ଅଫିସ୍‌କୁ ଯାଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଭେଟି ରେଜଲ୍ଟ […]

cbse

cbse

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 02:26 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍ଇ ରେଜଲ୍ଟ ବିଭ୍ରାଟର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରୀୟ ଅଧିକାରୀ। ଟିମ୍‌ରେ ଅଛନ୍ତି ପରୀକ୍ଷା ନିୟନ୍ତ୍ରକ କେ.କେ. ଚୌଧୁରୀ ଏବଂ ଡେପୁଟି ସେକ୍ରେଟେରୀ ଡି.କେ. ଗୋୟଲ। ଉଭୟେ ଭୁବନେଶ୍ୱର ସ୍ଥିତ ସିବିଏସ୍‌ଇ ଅଫିସ୍‌କୁ ଯାଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ଗତକାଲି ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଭେଟି ରେଜଲ୍ଟ ବିଭ୍ରାଟ ନେଇ ଜଣାଇଥିଲେ। ଏଥିରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଟ୍ୱିଟ୍ କରି ଜଣାଇଥିଲେ। ଏହାପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ୨ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ମାମଲାରେ  ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ସିବିଏସ୍‌ଇକୁ ନିର୍ଦ୍ଦେଶ ଦେବାକୁ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos