ସିବିଏସ୍ଇ ରେଜଲ୍ଟ ବିଭ୍ରାଟ: ଆମରଣ ଅନଶନ ଜାରି

ଭୁବନେଶ୍ୱର:  ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ୧୦ ଦିନର ଆନ୍ଦୋଳନ ପରେ ଆମରଣ ଅନଶନ ଜାରି ରଖିଛି ଓଡ଼ିଶା ଅଭିଭାବକ ସଂଘ। ଏଥିରେ ଓଡିଶା ସହ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଆସିଥିବା ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବି ସାମିଲ ହୋଇଛନ୍ତି।  ଗତ ରାତି ତମାମ୍ ସଂଗଠନର ସଦସ୍ୟମାନେ ସିବିଏସ୍ଇ ଭୁବନେଶ୍ୱର ରିଜିଅନ୍ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଥିଲେ। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି […]

cbse

cbse

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 02:14 PM IST

ଭୁବନେଶ୍ୱର:  ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ୧୦ ଦିନର ଆନ୍ଦୋଳନ ପରେ ଆମରଣ ଅନଶନ ଜାରି ରଖିଛି ଓଡ଼ିଶା ଅଭିଭାବକ ସଂଘ। ଏଥିରେ ଓଡିଶା ସହ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଆସିଥିବା ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବି ସାମିଲ ହୋଇଛନ୍ତି।  ଗତ ରାତି ତମାମ୍ ସଂଗଠନର ସଦସ୍ୟମାନେ ସିବିଏସ୍ଇ ଭୁବନେଶ୍ୱର ରିଜିଅନ୍ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଥିଲେ। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ଦୁଇ ଜଣ ଅନଶନକାରୀ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଖାତା ପୁନଃମୂଲ୍ୟାୟନ ନେଇ ଆଜି ଅଭିଭାବକଙ୍କ ପକ୍ଷରୁ ସମୂହ ପିଟିସନ୍ ଦାଖଲ କରାଯିବ। ଗତକାଲି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ତେବେ ଯେଉଁ ୧୮ ଜଣ ଛାତ୍ରଛାତ୍ରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେବଳ ସେମାନଙ୍କ ଖାତାର ପୁନଃ ମୂଲ୍ୟାୟନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଛାତ୍ରଛାତ୍ରୀ ଆଜି ଦିନ ୨ଟା ସୁଦ୍ଧା ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇରେ ଆବେଦନ କରିପାରିବେ।  ୧୦ ତାରିଖ ସୁଦ୍ଧା ସଂଶୋଧିତ ରେଜଲ୍ଟ ପ୍ରକାଶ କରିବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos