ସିବିଏସ୍‌ଇ ବିଭ୍ରାଟ୍‌: ସୋମବାର ବାହାରିବ ହାଇକୋର୍ଟ ଯାଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବାର ପ୍ରାୟ ୨ ସପ୍ତାହ ପରେ ବି ତୁଟୁନି ବିବାଦ। ଗୋଟିଏ ପଟେ ଯେଉଁ ଛାତ୍ରଛାତ୍ରୀ ହାଇକୋର୍ଟ ଯାଇଥିଲେ ସେମାନଙ୍କୁ ସିବିଏସ୍‌ଇର ରାତି ଅଧିଆ ମେଲ୍ ବିଚଳିତ କରିଥିବା ବେଳେ ବିଭ୍ରାଟର ଶିକାର ହୋଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଆଶା ଆଶଙ୍କାରେ ରହିଛନ୍ତି। ହାଇକୋର୍ଟ ଯାଇଥିବା ୧୮ ଜଣ ପିଲାଙ୍କ ଉତ୍ତର ଖାତାର ପୁନଃ ମୂଲ୍ୟାୟନ କରି ଆଜି ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଗତ ୭ ତାରିଖରେ କୋର୍ଟ […]

Orissa-High

Orissa-High

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 07:00 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବାର ପ୍ରାୟ ୨ ସପ୍ତାହ ପରେ ବି ତୁଟୁନି ବିବାଦ। ଗୋଟିଏ ପଟେ ଯେଉଁ ଛାତ୍ରଛାତ୍ରୀ ହାଇକୋର୍ଟ ଯାଇଥିଲେ ସେମାନଙ୍କୁ ସିବିଏସ୍‌ଇର ରାତି ଅଧିଆ ମେଲ୍ ବିଚଳିତ କରିଥିବା ବେଳେ ବିଭ୍ରାଟର ଶିକାର ହୋଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଆଶା ଆଶଙ୍କାରେ ରହିଛନ୍ତି।

ହାଇକୋର୍ଟ ଯାଇଥିବା ୧୮ ଜଣ ପିଲାଙ୍କ ଉତ୍ତର ଖାତାର ପୁନଃ ମୂଲ୍ୟାୟନ କରି ଆଜି ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଗତ ୭ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାତରେ ଆଉ ଗୋଟିଏ ଦିନ ଥିବା ବେଳେ ଗତକାଲି ରାତିରେ ହଠାତ୍ ଏହି ପିଲମାନଙ୍କୁ ସିବିଏସ୍ଇ କର୍ତ୍ତୃପକ୍ଷ ଫୋନ୍ କରିବା ସହ ଇ-ମେଲ୍ ଚେକ୍ କରିବାକୁ କହିଥିଲେ। ମେଲ୍ ସହ ପିଲାମାନେ ଯେଉଁ ବିଷୟ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ସେସବୁ ଉତ୍ତର ଖାତାର ନକଲ ଆଟାଚ୍ ହୋଇଥିଲା। ପ୍ରତି ବିଷୟର ୧୦ଟି ପ୍ରଶ୍ନର ଉତ୍ତର ଯେଉଁଗୁଡ଼ିକୁ ସେମାନେ ରିଭ୍ୟାଲୁଏସନ୍ ପାଇଁ ଚାହୁଁଛନ୍ତି ତାକୁ ଚୟନ କରି ପଠାଇବାକୁ ରାତି ୧୨ଟା ଯାଏଁ ସମୟ ଦେଇଥିଲେ। ଏହାକୁ ନେଇ ପିଲାମାନେ ହଡ଼ବଡ଼େଇ ଯାଇଥିଲେ। ଏ ସଂପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ପରେ ଆଜି ଅପରାହ୍ଣ ୨ଟା ଯାଏଁ ଆବେଦନକୁ ଗ୍ରହଣ କରିଥିଲା ସିବିଏସ୍ଇ।

ଅନ୍ୟପକ୍ଷରେ ଭୁବନେଶ୍ୱର ସିବିଏସ୍ଇ ଅଫିସ୍‌ରେ ଏହି ପିଲାମାନଙ୍କ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆଜି ବି ଜାରି ରହିଥିଲା। ଦିଲ୍ଲୀରୁ ଆସିଥିବା ୨ ସିବିଏସ୍ଇ ଅଧିକାରୀ ଅଭିଭାବକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଡେଡ୍‌ଲାଇନ୍‌ ମୁତାବକ ସଂଧ୍ୟା ସୁଦ୍ଧା ପିଲାମାନଙ୍କ ରେଜଲ୍ଟ ହାଇକୋର୍ଟରେ ଦାଖଲ କରାଯାଇଥିବା ସିବିଏସ୍ ପକ୍ଷରୁ ଜଣାପଡ଼ିଛି।

ଯେଉଁ ପିଲାମାନେ ପରୀକ୍ଷାଫଳ ନେଇ ଆପତ୍ତି ଥିଲା ସେମାନେ ସୋମବାର ହାଇକୋର୍ଟରେ ମାସ୍ ପିଟିସନ୍ ଦାଖଲ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story