ଅପରାଧୀଙ୍କୁ ଜଗିବ ସିସିଟିଭି: ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରରେ ଅପରାଧ ନିୟନ୍ତ୍ରଣ ସହ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ଲାଗି ଆଗକୁ ନୂଆ ବ୍ୟବସ୍ଥା କରାଯାଉଛି। ସିସିଟିଭି ସର୍ଭେଲାନ୍ସରେ ରହିବ ପୁରା ସହର। ରାଜଧାନୀ ଭୁବନେଶ୍ୱର ଢାଞ୍ଚାରେ ୩୦ଟି ଛକରେ ଲାଗିବ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା। ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ସିସିଟିଭି ଲଗାଯିବା ଲାଗି ୩୦ଟି ସ୍ଥାନ ଚିହ୍ନଟ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଲାଗିବ ୪୫ଟି ସିସିଟିଭି। ପରେ […]

cctv-insteled-in-sambalpur-town

cctv-insteled-in-sambalpur-town

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 07:18 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରରେ ଅପରାଧ ନିୟନ୍ତ୍ରଣ ସହ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ଲାଗି ଆଗକୁ ନୂଆ ବ୍ୟବସ୍ଥା କରାଯାଉଛି। ସିସିଟିଭି ସର୍ଭେଲାନ୍ସରେ ରହିବ ପୁରା ସହର। ରାଜଧାନୀ ଭୁବନେଶ୍ୱର ଢାଞ୍ଚାରେ ୩୦ଟି ଛକରେ ଲାଗିବ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା। ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ସିସିଟିଭି ଲଗାଯିବା ଲାଗି ୩୦ଟି ସ୍ଥାନ ଚିହ୍ନଟ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଲାଗିବ ୪୫ଟି ସିସିଟିଭି। ପରେ ଅନ୍ୟସ୍ଥାନ ଗୁଡିକରେ ଲଗାଯିବ। ଟ୍ରାଫିକ ସିଗନାଲ ବ୍ୟବସ୍ଥା ମଧ୍ୟ ରହିବ।

ମ୍ୟୁନିସିପାଲିଟିରୁ ମହାନଗର ନିମଗରେ ପରିଣତ ହୋଇଛି ସମ୍ବଲପୁର ସହର। ସେହି ଅନୁଯାୟୀ ସହରରେ ଟ୍ରାଫିକ ସମସ୍ୟା ସହ ଅପରାଧ ମଧ୍ୟ ବଢିଛି। ତେଣୁ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯାଇ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସମର୍ଥ ବର୍ମା।

ପୂର୍ବରୁ ଲକ୍ଷ୍ଣୀ ଟକିଜ ଛକରେ କେବଳ ଟ୍ରାଫିକ୍ ସିଗନାଲ ବ୍ୟବସ୍ଥା କରାଯାଇଥିଲା। ହେଲେ ଏହା ଏବେ ଅଚଳ ହୋଇପଡିଛି। ତେଣୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା ସହ ସିସିଟିଭି ଲଗାଗଲେ, ସହରବାସୀ ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos