ଡିସେମ୍ବର ୫ ପୂର୍ବରୁ ରିପୋର୍ଟ ଦାଖଲ ନେଇ ସିଇସି ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଖଣି ଜରିମାନା ସଂପର୍କିତ ସିଇସି ବୈଠକ ଆଜି ହୋଇଯାଇଛି। ଏଥିରେ ବେଆଇନ ଉତ୍ତୋଳନର ପୁନଃ ମୂଲ୍ୟାୟନ ନେଇ ଆଲୋଚନା ହୋଇଥିଲା। ତେବେ ସିଇସି ପୁନଃ ମୂଲ୍ୟାୟନ କରି ଡିସେମ୍ବର ୫ ପୂର୍ବରୁ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୫ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ଆଜିର ବୈଠକରେ ୬ ଜଣ ଲିଜଧାରୀ ତଥ୍ୟ ଦାଖଲ କରିବା ସହ ଶତ ପ୍ରତିଶତ ଅର୍ଥ ଦେଇନପାରିବା ନେଇ […]

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 09:04 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଖଣି ଜରିମାନା ସଂପର୍କିତ ସିଇସି ବୈଠକ ଆଜି ହୋଇଯାଇଛି। ଏଥିରେ ବେଆଇନ ଉତ୍ତୋଳନର ପୁନଃ ମୂଲ୍ୟାୟନ ନେଇ ଆଲୋଚନା ହୋଇଥିଲା। ତେବେ ସିଇସି ପୁନଃ ମୂଲ୍ୟାୟନ କରି ଡିସେମ୍ବର ୫ ପୂର୍ବରୁ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଡିସେମ୍ବର ୫ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ଆଜିର ବୈଠକରେ ୬ ଜଣ ଲିଜଧାରୀ ତଥ୍ୟ ଦାଖଲ କରିବା ସହ ଶତ ପ୍ରତିଶତ ଅର୍ଥ ଦେଇନପାରିବା ନେଇ ସିଇସିଙ୍କୁ ଅବଗତ କରାଇଥିଲେ। ବୈଠକ ପରେ ରାଜ୍ୟ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos