ଧାନର ସହାୟକ ମୂଲ୍ୟ ବୃଦ୍ଧି: ବିଜେଡି କହିଲା ଯଥେଷ୍ଟ ନୁହେଁ, ୨୩ରେ ଧାରଣା

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା  ୮୦ ଟଙ୍କା ବୃଦ୍ଧି ହୋଇଛି। କେନ୍ଦ୍ରର ନିଷ୍ପତିକୁ ରାଜ୍ୟର ଚାଷୀ, ଚାଷୀ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ଜୋରଦାର ବିରୋଧ କରିବ। ଆସନ୍ତା ୨୩ରେ ବିଜେଡି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କଂଗ୍ରେସ ମଧ୍ୟ ସଜବାଜ ହେଉଛି। ଗତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୪୭୦ ଟଙ୍କା ଥିଲା। ୨୦୧୭-୧୮ ବର୍ଷର ଖରିଫ୍ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ […]

paddy-in-mandi

paddy-in-mandi

Rakesh Mallick
  • Published: Wednesday, 21 June 2017
  • Updated: 22 June 2017, 08:03 AM IST

Sports

Latest News

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା  ୮୦ ଟଙ୍କା ବୃଦ୍ଧି ହୋଇଛି। କେନ୍ଦ୍ରର ନିଷ୍ପତିକୁ ରାଜ୍ୟର ଚାଷୀ, ଚାଷୀ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ଜୋରଦାର ବିରୋଧ କରିବ। ଆସନ୍ତା ୨୩ରେ ବିଜେଡି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କଂଗ୍ରେସ ମଧ୍ୟ ସଜବାଜ ହେଉଛି।

ଗତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୪୭୦ ଟଙ୍କା ଥିଲା। ୨୦୧୭-୧୮ ବର୍ଷର ଖରିଫ୍ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ ହୋଇଛି। କମିଶନ ଫର୍ ଏଗ୍ରିକଲଚର କଷ୍ଟ ଆଣ୍ଡ ପ୍ରାଇସେସ୍(CACP) ସୁପାରିଶ  ଓ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ତଥ୍ୟ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ୱେବସାଇଟ୍‌ରେ ଉଲ୍ଲେଖ ରହିଛି। ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ନିଷ୍ପତ୍ତିକୁ ନୈରାଶ୍ୟଜନକ ବୋଲି କହିଛନ୍ତି। ସହାୟକ ମୂଲ୍ୟ ନେଇ ଆସନ୍ତା ୨୩ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି କୃଷକ ମୋର୍ଚ୍ଚା। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରୁଛି। ବିରୋଧୀ ଦଳ ମୁଖ୍ୟ ସଚେତନ ତାରାପ୍ରସାଦ ବାହିନୀପତି କହିଛନ୍ତି-“ଚାଷୀଙ୍କୁ କେନ୍ଦ୍ର ସରକାର ପରିହାସ କରିଛନ୍ତି। ଏ ସମ୍ପର୍କରେ ଆମେ ବିଧାନସଭାରେ ଦାବି ଉପସ୍ଥାପନ କରିବୁ।”

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ବିରୋଧ କରୁଛନ୍ତି। ଏପରି ସ୍ଥଳେ ବିଜେପି ଚାଷୀଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ପାଲଟା ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“ଧାନର ସହାୟକ ମୂଲ୍ୟ ଅଧିକ ବଢ଼ିଥିଲେ ଭଲ ହୋଇଥାନ୍ତା। ଆମେ ମଧ୍ୟ ଚାହୁଛୁ। ମାତ୍ର ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ନଲଦି ଚାଷୀଙ୍କୁ ବୋନସ ଦିଅନ୍ତୁ।”

ଏ ଗ୍ରେଡ୍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫ ଶହ ୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ରାଜ୍ୟ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି କରିବାକୁ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଧାନସଭା କମିଟି ସମୟ ମାଗି ଥିଲେ। ହେଲେ ସମୟ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story