ପୁରୀ ଓ ଯାଜପୁରରେ ମେଡିକାଲ କଲେଜ: କେନ୍ଦ୍ର ଦେଉଛି ୬୦% ଅର୍ଥ, ରାଜ୍ୟ କରୁଛି ନିଜସ୍ୱ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଏନଡିଏ ସରକାର ‘ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ’ ଯୋଜନା ମାଧ୍ୟମରେ ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ସ୍ଥାପନ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଥିଲେ ମଧ୍ୟ ଏବେ ସମସ୍ତ ଶ୍ରେୟ ନେବାକୁ ରାଜ୍ୟ ସରକାର ଆଗଭର ହୋଇଛନ୍ତି। ୨୦୧୫ ମସିହାରେ ପୁରୀ ଓ ୨୦୧୯ରେ ଯାଜପୁରରେ ନୂଆ ମେଡିକାଲ କଲେଜ ସ୍ଥାପନକୁ ମଞ୍ଜୁରୀ ସହ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦେଇଛନ୍ତି। ଏହି ଦୁଇ ଜିଲ୍ଲାରେ […]

u

u

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଏନଡିଏ ସରକାର ‘ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ’ ଯୋଜନା ମାଧ୍ୟମରେ ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ସ୍ଥାପନ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଥିଲେ ମଧ୍ୟ ଏବେ ସମସ୍ତ ଶ୍ରେୟ ନେବାକୁ ରାଜ୍ୟ ସରକାର ଆଗଭର ହୋଇଛନ୍ତି। ୨୦୧୫ ମସିହାରେ ପୁରୀ ଓ ୨୦୧୯ରେ ଯାଜପୁରରେ ନୂଆ ମେଡିକାଲ କଲେଜ ସ୍ଥାପନକୁ ମଞ୍ଜୁରୀ ସହ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦେଇଛନ୍ତି। ଏହି ଦୁଇ ଜିଲ୍ଲାରେ ମେଡିକାଲ କଲେଜକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇପାରିନଥିବା ବିଜେଡି ସରକାର ନିଜର ବିଫଳତା ଲୁଚାଇବା ପାଇଁ ଏବେ ସେଠାରେ ଭିତ୍ତିଭୂମି ନିର୍ମାଣକୁ କ୍ୟାବିନେଟ ଅନୁମୋଦନ ଦେଇ ଦଳୀୟସ୍ତରରେ ବ୍ୟାପକ ପ୍ରଚାରପ୍ରସାର କରାଉଥିବା ଜଣାପଡ଼ିଛି।

ଗତକାଲି ରାଜ୍ୟ କ୍ୟାବିନେଟ ପୁରୀରେ ୬୫୦ବେଡ୍ ଓ ଯାଜପୁରରେ ୫୦୦ ବେଡ୍ ସୁବିଧା ଥିବା ହସ୍ପିଟାଲ ନିର୍ମାଣ କରିବା ନିମନ୍ତେ ୬୫୧କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛନ୍ତି। ଏହି ଦୁଇ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣକୁ ବହୁ ପୂର୍ବରୁ ନୀତିଗତ ଅନୁମୋଦନ କେନ୍ଦ୍ର ସରକାର ଦେଇସାରିଛନ୍ତି। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲା ହସ୍ପିଟାଲକୁ ୧୦୦ ସିଟ୍ ବିଶିଷ୍ଟ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉନ୍ନୀତ କରିବା ନିମନ୍ତେ ଆର୍ଥିକ ଅନୁଦାନ ଦେଇଥିଲେ। ୨୦୧୫ ମସିହାରେ କେନ୍ଦ୍ର ସରକାର ପୁରୀ,କୋରାପୁଟ,ମୟୂରଭଞ୍ଜ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲା ହସ୍ପିଟାଲକୁ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉନ୍ନୀତ ନିମନ୍ତେ ନିଷ୍ପତ୍ତି ନେଇଥିଲେ ।

ଏହି ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ୯୪୫କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା, ସେଥିରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅଂଶଧନ ବାବଦରେ ୫୬୭କୋଟି ଟଙ୍କା ଦେଇଥିବାବେଳେ ବାକି ଅର୍ଥ ରାଜ୍ୟ ସରକାର ବହନ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ୫୬୭କୋଟି ଟଙ୍କାକୁ ଖର୍ଚ୍ଚ କରିଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ ୩୪୦କୋଟି ଟଙ୍କା ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାରେ ସକ୍ଷମ ହୋଇନାହାନ୍ତି। ତେବେ ୨୦୧୭-୧୮ରେ କୋରାପୁଟ ଓ ବାରିପଦାରେ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ୨୦୧୮-୧୯ରେ ବାଲେଶ୍ୱର ଓ ବଲାଙ୍ଗିରରେ ମଧ୍ୟ ପାଠପଢ଼ା ଆରମ୍ଭ ହୋଇସାରିଛି। ମାତ୍ର ଏସବୁ ସହ ଘୋଷଣା ହୋଇଥିବା ପୁରୀରେ ଏପର୍ଯ୍ୟନ୍ତ ମେଡିକାଲ କଲେଜର ପାଠପଢ଼ା ସମ୍ଭବପର ହୋଇପାରିନି।

ଏପଟେ ରାଜ୍ୟ ସରକାର ପୁରୀ ମେଡିକାଲରେ ୬୫୦ ବେଡ୍ ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ କରିବା ପାଇଁ ୨୨୪.୫୫କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ୨୦୧୫ ମସିହାରୁ ପୁରୀରେ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୧୧୩.୪୦କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକ୍ଷମ କରିପାରିନାହାନ୍ତି କାହିଁକି?
ସେହିପରି କେନ୍ଦ୍ରର ଏନଡିଏ ସରକାର ୨୦୧୮ ଫେବୃୟାରୀ ୭ତାରିଖରେ ଏହି ସ୍କିମର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତି ୩ଟି ଲୋକସଭା ସଂସଦୀୟ ନିର୍ବାଚନମଣ୍ଡଳୀରେ ଗୋଟିଏ ମେଡିକାଲ କଲେଜ ସ୍ଥାପନ ନୀତିରେ ଯାଜପୁରରେ ୧୦୦ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ମୋଟ୍ ୨୫୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ କରିବା ସହ ୫୦କୋଟି ଟଙ୍କା ଅନୁଦାନ ଦେଇସାରିଛନ୍ତି।

ରାଜ୍ୟ ସରକାର ତଥାପି ଯାଜପୁରରେ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ଆଉ ନିଜର ବିଫଳତାକୁ ଲୁଚାଇବାକୁ ଏବେ ୪୨୬କୋଟି ଟଙ୍କାର ୫୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବାର ଟେଣ୍ଡରକୁ ଗତକାଲି କ୍ୟାବିନେଟରେ ଅନୁମୋଦନ କରାଇଛନ୍ତି।

ଆଉ ଦଳୀୟସ୍ତରରେ ଏଭଳି ପ୍ରଚାର କରାଯାଇଛି ଯେ, ସତେ ଯେପରି ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ନିର୍ମାଣକୁ ଗତକାଲି ରାଜ୍ୟ କ୍ୟାବିନେଟ ଅନୁମୋଦନ କଲା। ଆଉ ସମସ୍ତ ଶ୍ରେୟ ରାଜ୍ୟ ସରକାରଙ୍କର। କ୍ୟାବିନେଟ ବୈଠକ ସରିବାର କିଛି ଘଣ୍ଟା ମଧ୍ୟରେ ପୁରୀରେ ଦଳର ବିଧାୟକ ଓ ନେତାମାନେ ଏକଜୁଟ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ହେଉ ଅବାପୁଣି ଯାଜପୁରରେ ମା’ ବିରଜାଙ୍କ ପୀଠରେ ବିଜେଡି ନେତାମାନେ ସମୂହ ଦୀପଦାନ କରି ସରକାରଙ୍କୁ ଧନ୍ୟବାଦ ଦେବା, ସବୁକିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଛି।

ତେବେ ନୂଆ ମେଡିକାଲ କଲେଜ ସ୍ଥାପନ ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହୋଇଥିବାବେଳେ ଶାସକ ବିଜେଡିର ମାତ୍ରାଧିକ ପ୍ରଚାରରେ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ଲୁଚି ଯାଇଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏସବୁ ଜାଣି ମଧ୍ୟ ଚୁପ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story