କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଲକାନଗିରି ଗସ୍ତକୁ ବାରଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଜାପାନିଜ୍ ଏନ୍‌ସେଫାଲାଇଟିସ୍ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ତା’ପୂର୍ବରୁ ଆଜି ମାଓବାଦୀମାନେ ବନ୍ଦ ଡାକରା ଦେଇଥିବା ଯୋଗୁଁ  ମାଲକାନଗିରି ଗସ୍ତରେ ନଆସିବାକୁ ଜିଲ୍ଲା ପ୍ରଶାସନ ତାଙ୍କୁ କହିଥିବା ସୂଚନା ମିଳିଛି।