ବର୍ଷା ଓ ଖରାପ ରାସ୍ତା ଯୋଗୁଁ ନଗଡ଼ା ଯାଇପାରିଲାନି କେନ୍ଦ୍ରୀୟ ଟିମ୍

central teamଯାଜପୁର: ବର୍ଷା ଓ ଖରାପ ରାସ୍ତା ଯୋଗୁଁ ଯାଜପୁର ଜିଲ୍ଲା ନଗଡ଼ା ଗସ୍ତରେ ଆସିଥିବା ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ସେଠାକୁ ଯାଇପାରି ନାହିଁ। ଟିମ୍‌ର ସଦସ୍ୟ ତଥା ଜାତୀୟ ଶିଶୁ ଅଧିକାର କମିଟିର ସଦସ୍ୟ ରୂପା କପୁର ଓ ପରାମର୍ଶଦାତା ପ୍ରିୟଙ୍କା ସିଂ ଅଶୋକଝର ବସ୍ତି ଓ ଦେଓଗାଁରେ ଚାଲିଥିବା ରିଲିଫ୍ କେନ୍ଦ୍ର ବୁଲି ଦେଖିଥିଲେ। ତା’ପରେ ଦୁହେଁ ଭୁବନେଶ୍ୱର ଫେରି ଯାଇଛନ୍ତି।

ଗତକାଲି ରାତିରେ ଟିମ୍‌ର ସଦସ୍ୟମାନେ କାଳିଆପାଣିସ୍ଥିତ ଟାଟା ଗେଷ୍ଟ୍ ହାଉସ୍‌ରେ ଯାଜପୁର ଜିଲ୍ଲାପାଳ, ସିଡିଏମ୍‌ଓ ଏବଂ ସିଡବ୍ଲ୍ୟୁସିଙ୍କ ସହ ଆଲୋଚନା କରି ଥିଲେ।