ଚଳିତମାସ ଶେଷ ସୁଦ୍ଧା ୨୯ ଜିଲ୍ଲାରେ ଖୋଲିବ ଆହର ଆଉଟଲେଟ୍

ଭୁବନେଶ୍ୱର: ଚଳିତମାସ ଶେଷ ସୁଦ୍ଧା ରାଜ୍ୟର ୨୯ଟି ଜିଲ୍ଲାର ୫୮ଟି ସ୍ଥାନରେ ଖୋଲିବ ଆହାର ଆଉଟଲେଟ୍। ୫ ଟଙ୍କିଆ ଭାତ ଡାଲମା ସ୍କିମର ସଂପ୍ରସାରଣ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ।

ଜିଲ୍ଲା ସ୍ତରରେ ଆହର ଯୋଜନା କାର୍ଯ୍ୟକାରୀ କରିବା ନେଇ ଆହାର ସୋସାଇଟି ଗଠନ ହେବ। ଜିଲ୍ଲାପାଳମାନେ ଏହ ସୋସାଇଟିର ମୁଖ୍ୟ ରହିବେ। ଜିଲ୍ଲାସ୍ତରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଠାରୁ ଅର୍ଥ ସଂଗ୍ରହ କରି ଯୋଜନାକୁ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡିଛି।