ଚେଙ୍କ ଖାଇ ଚିକିତ୍ସାଧୀନ ଥିବା ୨ମାସର ଶିଶୁପୁତ୍ରର ମୃତ୍ୟୁ

ନବରଙ୍ଗପୁର: ଚେଙ୍କ ଖାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଦୁଇ ମାସର ଶିଶୁପୁତ୍ରର  ଆଜି ମୃତ୍ୟୁ ଘଟିଛି। ମୃତ ଶିଶୁ ପୁତ୍ର ଜଣଙ୍କ ହେଲେ ରାଇଘର ବ୍ଲକ୍‌  ଭାରଶୁଣ୍ଡି ଗାଁର ବିଜୁ ଗଣ୍ଡ। ଥଣ୍ଡା କାଶ ଭଲ ନ ହେବାରୁ  ଗତକାଲି  ବିଜୁ ପେଟରେ ଭାଲିଆ ମଞ୍ଜି ସାହାଯ୍ୟରେ ଚେଙ୍କ୍‌ ଦିଆଯାଇଥିଲା।ଫଳରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା। ଅନେକ ସଚେତନତା  ସତ୍ତ୍ୱେ ନବରଙ୍ଗପୁର […]

chanka,,,,,

chanka,,,,,

Rakesh Mallick
  • Published: Friday, 20 January 2017
  • Updated: 20 January 2017, 01:30 PM IST

Sports

Latest News

ନବରଙ୍ଗପୁର: ଚେଙ୍କ ଖାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଦୁଇ ମାସର ଶିଶୁପୁତ୍ରର  ଆଜି ମୃତ୍ୟୁ ଘଟିଛି। ମୃତ ଶିଶୁ ପୁତ୍ର ଜଣଙ୍କ ହେଲେ ରାଇଘର ବ୍ଲକ୍‌  ଭାରଶୁଣ୍ଡି ଗାଁର ବିଜୁ ଗଣ୍ଡ।

ଥଣ୍ଡା କାଶ ଭଲ ନ ହେବାରୁ  ଗତକାଲି  ବିଜୁ ପେଟରେ ଭାଲିଆ ମଞ୍ଜି ସାହାଯ୍ୟରେ ଚେଙ୍କ୍‌ ଦିଆଯାଇଥିଲା।ଫଳରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା।

ଅନେକ ସଚେତନତା  ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକତ୍ସା ଥମିବାର ନାଁ ନେଉନାହିଁ।

ଡିସେମ୍ୱର ୨୫ ତାରିଖରେ ସଦର ବ୍ଲକ କୁଟିପଦର ଗାଁର ଜଣେ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଦିଶାରୀଙ୍କ ନାଁରେ ପୋଲିସ୍‌ ମାମଲା ରୁଜୁ କରିଥିଲା।

ସେହିପରି ଜୁଲାଇ ୨୭ ତାରିଖରେ ପାପଡ଼ାହାଣ୍ଡି ବ୍ଲକ ମୁଣ୍ଡାଗୁଡ଼ା ଗାଁରେ ଜଣେ ବର୍ଷକର ଶିଶୁକୁ ଚେଙ୍କ ଦିଆଯାଇ ଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos