ଚାଷ ପାଇଁ କୌଣସି ଚାଷୀ ଆତ୍ମହତ୍ୟା କରି ନାହାନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଚାଷୀ ମୃତ୍ୟୁକୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ। ବିରୋଧୀ ଦଳ ଚାଷୀଙ୍କୁ ‘ଅମର ଲଡୁ’ ଦେଉ ବୋଲି କହି ପୂର୍ବରୁ ବିବାଦୀୟ ହୋଇଥିବା ପ୍ରମିଳା ବୁଧବାର କହିଛନ୍ତି ଯେ ଚାଷ ନଷ୍ଟ ଯୋଗୁଁ ରାଜ୍ୟରେ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନାହିଁ। କେହି ରୋଗରେ ମରିଛି ତ ଆଉ କେହି ଅନ୍ୟ କାରଣ ଯୋଗୁଁ। ସବୁ ମୃତ୍ୟୁକୁ ଚାଷୀ ମୃତ୍ୟୁ ବୋଲି କୁହାଯିବା ଠିକ୍ ନୁହେଁ। ତେବେ ଏହା କିଛି […]

pramilla mallic

pramilla mallic

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 10:46 AM IST

pramilla mallicଭୁବନେଶ୍ୱର: ଚାଷୀ ମୃତ୍ୟୁକୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ। ବିରୋଧୀ ଦଳ ଚାଷୀଙ୍କୁ ‘ଅମର ଲଡୁ’ ଦେଉ ବୋଲି କହି ପୂର୍ବରୁ ବିବାଦୀୟ ହୋଇଥିବା ପ୍ରମିଳା ବୁଧବାର କହିଛନ୍ତି ଯେ ଚାଷ ନଷ୍ଟ ଯୋଗୁଁ ରାଜ୍ୟରେ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନାହିଁ। କେହି ରୋଗରେ ମରିଛି ତ ଆଉ କେହି ଅନ୍ୟ କାରଣ ଯୋଗୁଁ। ସବୁ ମୃତ୍ୟୁକୁ ଚାଷୀ ମୃତ୍ୟୁ ବୋଲି କୁହାଯିବା ଠିକ୍ ନୁହେଁ। ତେବେ ଏହା କିଛି ନୂଆ ଘଟଣା ନୁହେଁ। ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ପ୍ରତିଦିନ ଲୋକ ମରୁଛନ୍ତି। ତା’ ବୋଲି କ’ଣ ସବୁଗୁଡ଼ିକୁ ଚାଷୀ ମୃତ୍ୟୁ କୁହାଯିବ? ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶ ଅବସରରେ ପ୍ରମିଳା ଏହି କଥା କହିଥିଲେ।

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ସେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ ଯଦି ବିରୋଧୀ ଦଳଗୁଡ଼ିକ କେବଳ ସମାଲୋଚନା ନ କରି ରାଜ୍ୟ ପାଇଁ କିଛି କଲେ ଭଲ ହୁଅନ୍ତା। ବିଜେପି ତ କେନ୍ଦ୍ରରେ ସରକାରରେ ଅଛି। ସରକାରଙ୍କୁ କହି ଓଡ଼ିଶା ପାଇଁ କିଛି ସହାୟତା ଆଣୁ ନାହାନ୍ତି କାହିଁକି। ପୁଣି କଂଗ୍ରେସ ସେଠାରେ ବିରୋଧୀ ଦଳରେ ଅଛି। ସେମାନେ ସରକାରଙ୍କୁ କହି ଓଡ଼ିଶାକୁ ସହାୟତା ପଠାଉ ନାହାନ୍ତି କାହିଁକି?

ଅନ୍ୟପକ୍ଷରେ ଚାଷୀ ମୃତ୍ୟୁ ନେଇ ପ୍ରମିଳା ମଲ୍ଲିକଙ୍କ ଆଜିର ମନ୍ତବ୍ୟକୁ ମଧ୍ୟ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି ଯେ ପ୍ରମିଳା ମଲ୍ଲିକଙ୍କ ଭଳି ଜଣେ ବରିଷ୍ଠ ବିଧାୟକଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ। ଚାଷୀଙ୍କ ପ୍ରତି ତାଙ୍କର ମନ୍ତବ୍ୟ ଦୁର୍ଭାଗ୍ୟଜନକ। ତାଙ୍କର ଏଭଳି ମନ୍ତବ୍ୟ ଗଣତନ୍ତ୍ର ବିରୋଧୀ। ଚାଷୀକୂଳ ପ୍ରତି ତାଙ୍କର ବାରମ୍ବାର ଏଭଳି କଟୁ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଦଳର ଅନ୍ୟ ବରିଷ୍ଠ ନେତାମାନେ କିଭଳି ଭାବେ ସହ୍ୟ କରୁଛନ୍ତି ବୋଲି ନବ ଦାସ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଚାଷୀ ଆତ୍ମହତ୍ୟା ଘଟଣା ଚାଷ ଜନିତ ବୋଲି ପ୍ରାରମ୍ଭରୁ ମାନି ନାହାନ୍ତି କି ମାନିବାକୁ ରାଜି ନୁହନ୍ତି। ଆଉ ଏବେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ଚାଷୀ ବୋଲି ବି ମାନିବାକୁ ନାରାଜ ହେଉଛନ୍ତି ସରକାର।

ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ପ୍ରମିଳାଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଚାଷୀଙ୍କୁ ସହାୟତା ଯୋଗାଇ ଦେବା ବଦଳରେ ସେ ତାତ୍ସଲ୍ୟ କରୁଛନ୍ତି। ସେ ବାରାବର ଚାଷୀଙ୍କୁ ତାତ୍ସଲ୍ୟ କରି ଆସୁଛନ୍ତି। ତେଣୁ ଚାଷୀ ମୃତ୍ୟୁ ନେଇ ସେ ଦେଉଥିବା ମନ୍ତବ୍ୟ ପଛରେ ତାଙ୍କ ଦଳର ସମର୍ଥନ ରହିଥିବା ଜଣାପଡୁଛି।

ତେବେ ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଯେ ପ୍ରମିଳାଙ୍କ ମନ୍ତବ୍ୟକୁ ନକରାତ୍ମକ ଭାବେ ନ ନିଆଯାଉ। ତାଙ୍କର କହିବାର ଅର୍ଥ ହେଉଛି ଆତ୍ମହତ୍ୟା କରୁଥିବା ବ୍ୟକ୍ତିମାନେ ଚାଷୀ ପରିବାରର। କିନ୍ତୁ ସେମାନେ ଚାଷ ଜନିତ କାରଣରୁ ଆତ୍ମହତ୍ୟା କରି ନାହାନ୍ତି। ଯେକୌଣସି ବ୍ୟକ୍ତି ଯେକୌଣିସି କାରଣୁ ଆତ୍ମହତ୍ୟା କରିଥିଲେ ବି ତାହା ନିଶ୍ଚୟ ଦୁଃଖଦ ଘଟଣା ବୋଲି ପ୍ରତାପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story