ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟର ସତ୍ୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଆଜି ବିଧାନସଭାରେ କୃଷି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଆତ୍ମହତ୍ୟା କରିଥିବା ୧୫ ଜଣ ଚାଷୀ ଋଣଗ୍ରସ୍ତ ଥିଲେ ଓ ସେମାନଙ୍କ ଫସଲ ନଷ୍ଟ ହୋଇଥିବା ଖବର ଗତକାଲି ଓଟିଭିରେ ପ୍ରସାରିତ ହୋଇଥିଲା। ଏହି ରିପୋର୍ଟ ଆଧାରରେ ବିରୋଧୀ ଅଭିଯୋଗ କରିଛନ୍ତି, ସତ ଲୁଚାଇଥିବା ସରକାରଙ୍କ […]

assembly

assembly

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 05:34 PM IST

Sports

Latest News

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟର ସତ୍ୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଆଜି ବିଧାନସଭାରେ କୃଷି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଆତ୍ମହତ୍ୟା କରିଥିବା ୧୫ ଜଣ ଚାଷୀ ଋଣଗ୍ରସ୍ତ ଥିଲେ ଓ ସେମାନଙ୍କ ଫସଲ ନଷ୍ଟ ହୋଇଥିବା ଖବର ଗତକାଲି ଓଟିଭିରେ ପ୍ରସାରିତ ହୋଇଥିଲା। ଏହି ରିପୋର୍ଟ ଆଧାରରେ ବିରୋଧୀ ଅଭିଯୋଗ କରିଛନ୍ତି, ସତ ଲୁଚାଇଥିବା ସରକାରଙ୍କ ଅସଲ ମୁଖା ପଦାରେ ପଡ଼ିଛି।

ଜିଲ୍ଲାପାଳମାନେ ୧୨୨ ଚାଷୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ ରିପୋର୍ଟ ଦେଇଥିଲେ। ଏଥିରୁ ୫୬ଟି ମାମଲାରେ ଜିଲ୍ଲାପାଳ ଦର୍ଶାଇଛନ୍ତି ଚାଷୀ ଫସଲ ପାଇଁ ଋଣ ନେଇଛନ୍ତି। ୨୮ଟି ମାମଲାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଆଉ ୧୫ଟି ମାମଲାରେ ଚାଷୀର ଫସଲ ନଷ୍ଟ ହୋଇଥିବା ଓ ଋଣ କରିଥିବା ଦର୍ଶାଯାଇଛି।

ବରଗଡର ଚାଷୀ ମାର୍ଗିଶିର ମାଝି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେ ସମବାୟ ବ୍ୟାଙ୍କରୁ ୨୫ ହଜାର ଟଙ୍କା ନେଇଥିଲେ। ତାଙ୍କର ଫସଲ ନଷ୍ଟ ବି ହୋଇଛି। କିନ୍ତୁ ଜିଲ୍ଲାପାଳ ଲେଖିଛନ୍ତି ପାରିବାରିକ କଳହରୁ ତାଙ୍କ ଜୀବନ ଯାଇଛି। ୨୧ ଚାଷୀ ଆତ୍ମହତ୍ୟା କରିଥିବା ତଦନ୍ତ ରିପୋର୍ଟରେ ରହିଛି।  ଜିଲ୍ଲାର ଟୁଙ୍ଗିବନ୍ଧି ଗାଁର ଠିକାଦାର ସାହୁଙ୍କର ବି ଫସଲ ନଷ୍ଟ ହୋଇଛି ଓ ସେ ୨୩ ହଜାର ଟଙ୍କା ଋଣ ନେଇଛନ୍ତି। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ତାଙ୍କ ମୃତ୍ୟୁର କାରଣ ମଧ୍ୟ ପାରିବାରିକ କଳହ ଓ ନିଶାସକ୍ତ ରହୁଥିଲେ ବୋଲି ଦର୍ଶାଯାଇଛି।  ଆତ୍ମହତ୍ୟା କରିଥିବା ଚାଷୀ ଭିତରୁ କିଛି ଚାଷୀ ସ୍ୱୟଂସହାୟକ ଗୋଷ୍ଠୀ କିମ୍ୱା ବେସରକାରୀ ଭାବେ ହାତ ଉଧାରି ଋଣ କରିଥିଲେ। ତଦନ୍ତ ରିପୋର୍ଟରେ କିଛି ସ୍ଥାନରେ ମୃତ୍ୟୁର କାରଣକୁ ନେଇ ଚୁପ ରହିଛନ୍ତି ଜିଲ୍ଲାପାଳ। ତେବେ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ପଦାକୁ ଆସିବା ପରେ ସରକାରଙ୍କ ଅସଲ ଚେହେରା ପଦାରେ ପଡିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ରାଜ୍ୟ ସଭାପତି କେଭି ସିଂ ଦେଓ। ଏ ନେଇ ଅଜବ ଯୁକ୍ତି ରଖିଛି ବିଜେଡି। ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀ ଆତ୍ମହତ୍ୟା କରୁ ନ ଥିବାରୁ ଏବେ ବି କେହି ଫସଲହାନି କିମ୍ୱା ଋଣଭାର ଯୋଗୁ ଆତ୍ମହତ୍ୟା କରିନାହାନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story