ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛି ବିଜେପି। ଚାଷୀ ଆତ୍ମହତ୍ୟା ଘଟଣାକୁ ରାଜ୍ୟ ସରକାର ଚାପି ଦେବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି କେଭି ସିଂ ଦେଓ ଏବଂ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଏପରି ଅଭିଯୋଗ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ରିପୋର୍ଟର ସତ୍ୟତା ନେଇ […]

bjp

bjp

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 08:09 AM IST

Sports

Latest News

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛି ବିଜେପି। ଚାଷୀ ଆତ୍ମହତ୍ୟା ଘଟଣାକୁ ରାଜ୍ୟ ସରକାର ଚାପି ଦେବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି କେଭି ସିଂ ଦେଓ ଏବଂ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଏପରି ଅଭିଯୋଗ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ରିପୋର୍ଟର ସତ୍ୟତା ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି। କୃଷି ଋଣ ଛାଡ଼ ସାଙ୍ଗକୁ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। କେଉଁ ସଂସ୍ଥା ଓ କେଉଁ ବ୍ୟାଙ୍କରୁ ଚାଷୀମାନେ ଋଣ ନେଇଛନ୍ତି ସରକାର ତାହାର ହିସାବ ଦିଅନ୍ତୁ। ଚାଷୀ ଆତ୍ମହତ୍ୟା ରୋକିବା ନେଇ ରାଜ୍ୟ ସରକାରଙ୍କର ନିର୍ଦ୍ଦିଷ୍ଟ କୌଣସି ନୀତି ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରହିଛନ୍ତି । ସେ କହିଛନ୍ତି ଏହା ରାଜ୍ୟ ବିଜେପିର ଏକ ରାଜନୈତିକ ଭେଳିକି । ରାଜ୍ୟ ସରକାର ମରୁଡି ସମ୍ପର୍କିତ ତଥ୍ୟ ଭିତ୍ତିକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର କାହିଁକି ସହାୟତା ଯୋଗାଇ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos