ଚାଷୀଙ୍କୁ ସ୍ୱତନ୍ତ୍ର ମରୁଡି ସହାୟତା ମିଳିବା ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ମରୁଡ଼ି ପାଇଁ ଧାନ ସଂଗ୍ରହ ନୀତିରେ ପରିବର୍ତ୍ତନ କରାଯାଇଛି। ୧୭୩ ବ୍ଲକରେ ଫସଲ ନଷ୍ଟ ହୋଇଥିବାରୁ ଖାଦ୍ୟ ଯୋଗାଣ ବିଭାଗ ଚାଷୀଙ୍କ ପାଖରୁ ଧାନ ସଂଗ୍ରହ ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ତା’ସହ ଧାନ ସଂଗ୍ରହ ଟାର୍ଟେଟ୍ ବି କମ କରାଯାଇଛି। ହେଲେ ଚାଷୀଙ୍କୁ ସ୍ୱତନ୍ତ୍ର ମରୁଡ଼ି ସହାୟତା ମିଳିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ମରୁଡି ସହାୟତା କେଉଁ ଚାଷୀଙ୍କୁ ମିଳବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି […]

dhana sangraha

dhana sangraha

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 02:20 PM IST

Sports

Latest News

ଭୁବନେଶ୍ୱର: ମରୁଡ଼ି ପାଇଁ ଧାନ ସଂଗ୍ରହ ନୀତିରେ ପରିବର୍ତ୍ତନ କରାଯାଇଛି। ୧୭୩ ବ୍ଲକରେ ଫସଲ ନଷ୍ଟ ହୋଇଥିବାରୁ ଖାଦ୍ୟ ଯୋଗାଣ ବିଭାଗ ଚାଷୀଙ୍କ ପାଖରୁ ଧାନ ସଂଗ୍ରହ ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ତା’ସହ ଧାନ ସଂଗ୍ରହ ଟାର୍ଟେଟ୍ ବି କମ କରାଯାଇଛି। ହେଲେ ଚାଷୀଙ୍କୁ ସ୍ୱତନ୍ତ୍ର ମରୁଡ଼ି ସହାୟତା ମିଳିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ମରୁଡି ସହାୟତା କେଉଁ ଚାଷୀଙ୍କୁ ମିଳବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମରୁଡି ଅଞ୍ଚଳର ଚାଷୀ ସରକାରଙ୍କୁ ଧାନ ବିକିବା ପରେ ସହାୟତା ଆକାରରେ କୁଇଣ୍ଟାଲ ପିଛା ୧୦୦ ଟଙ୍କା ମିଳିବା କଥା। ତେବେ ଅନେକ ଅଞ୍ଚଳରେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇନି। ତେଣୁ ଯୋଗାଣ ବିଭାଗର ପରିବର୍ତ୍ତିତ ମାପଦଣ୍ଡକୁ ପାଳନ  କରା ନ ଗଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବା କଷ୍ଟକର ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିବା ଖାଦ୍ୟ ଓ ଯୋଗାଣ ସଚିବ ପାଢ଼ୀ କହିଛନ୍ତି। ମରୁଡି ଯୋଗୁ ଚାଷୀଙ୍କୁ ଇନପୁଟ ସବସିଡ ଦିଆଯାଉଥିବାରୁ ଉତ୍ପାଦନ କମ ନେଇ ଧାନ ସଂଗ୍ରହ ନୀତିରେ ଯୋଗାଣ ବିଭାଗ ପରିବର୍ତ୍ତନ ଆଣିଛି।

ରାଜ୍ୟରେ ଚଳିତବର୍ଷ ୨୬ଟି ଜିଲ୍ଲାରେ ମରୁଡି ହୋଇଛି। ଏହା ଖରିଫ ଧାନ ଉତ୍ପାଦନକୁ ପ୍ରଭାବିତ କରିବା ପ୍ରାୟତଃ ନିଶ୍ଚିତ। ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପୂର୍ବରୁ ଥିବା ଧାନ ସଂଗ୍ରହ ନୀତିରେ କିଛି ପରିବର୍ତ୍ତନ କରାଯାଇଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି, ଗୋଟିଏ ଗାଁର ଅଣ ଜଳସେଚିତ ଜମିରେ ଯଦି ୪୦ ପ୍ରତିଶତ ପର୍ଯ୍ୟନ୍ତ ଫସଲ ନଷ୍ଟ ହୋଇଥିବ ତେବେ ସେଠାରେ ଧାନ ଉତ୍ପାଦନ ୩୩ ପ୍ରତିଶତ କମ ଅର୍ଥାତ ଏକର ପିଛା ୮ କୁଇଣ୍ଟାଲ ହେବ ବୋଲି ଧରାଯିବ। ଏହି ହିସାବରେ ଚାଷୀ ଧାନ ବିକ୍ରି କରିବେ। ପୂର୍ବରୁ ଅଣ ଜଳସେଚିତ ଜମିରେ ଏହା ଏକର ପିଛା ୧୨ କୁଇଣ୍ଟାଲ ଥିଲା। ୩୩ ପ୍ରତିଶତରୁ କମ ଫସଲ ନଷ୍ଟ ହୋଇଥିଲେ ଉତ୍ପାଦନ କମିବ ନାହିଁ। ୩୪ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଫସଲ ନଷ୍ଟ ହୋଇଥିଲେ ୩୩ ପ୍ରତିଶତ, ୫୧ରୁ ୬୬ ପ୍ରତିଶତ ନଷ୍ଟ ହୋଇଥିଲେ ୫୦ ପ୍ରତିଶତ ଓ ୬୭ରୁ ୧୦୦ ପ୍ରତିଶତ ନଷ୍ଟ ହୋଇଥିଲେ ସେହି ଅନୁସାରେ ୬୬ ପ୍ରତିଶତ ଉତ୍ପାଦନ କମିବ ବୋଲି ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢୀ କହିଛନ୍ତି। ତେବେ ଯୋଗାଣ ବିଭାଗର ଏହି ପରିବର୍ତ୍ତିତ ନୀତିକୁ ଚାଷୀ ସଂଗଠନ ଗ୍ରହଣ କରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story