ଭୁବନେଶ୍ୱର: ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ପାଇଁ ଅଧିକ ୧୩ଶହ କୋଟି ଟଙ୍କା ମଞ୍ଜୁରୀ ଲାଗି ନାବାର୍ଡକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସମବାୟ ସଂସ୍ଥା ଜରିଆରେ ୧୦ହଜାର କୋଟି ଟଙ୍କ।ର ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନିୟମ ଅନୁସାରେ ଏହାର ୪୫ ପ୍ରତିଶତ ନାବାର୍ଡ ଦେବା କଥା। ତେବେ ନାବାର୍ଡ ୩୨ଶହ କୋଟି ଟଙ୍କା ମଞ୍ଜୁର କରିଥିବା ସେ ଜେଟଲୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେଣୁ ଅବଶିଷ୍ଟ ୧୩ଶହ କୋଟି ଦେବା ଲାଗି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।