ମୁଖ୍ୟମନ୍ତ୍ରୀଙ୍କ ପୁରୀ ପ୍ୟାକେଜ୍ : ଦେଢ଼ମାସରେ ୧୧ ପରିବାର, ବାକି ପରିବାର କେବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ନିବେଦନ ଓ ପ୍ୟାକେଜ୍ ଘୋଷଣା ସତ୍ୱେ ମାତ୍ର ୧୧ଟି ପରିବାର ଇତିମଧ୍ୟରେ ନିଜର ଜାଗା(ଭିଟାମାଟି) ଛାଡ଼ିବାକୁ ସମ୍ମତି ଜଣାଇଛନ୍ତି। ଶ୍ରୀମନ୍ଦିରର ୭୫ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ପରିବାରଗୁଡ଼ିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ କରିବା ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିବା ସତ୍ତେ୍ୱ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତାକୁ ନେଇ ଉତ୍ସାହ ଦେଖିବାକୁ ମିଳୁନଥିବା […]

694033-naveen-patnaik-dna-750x430

694033-naveen-patnaik-dna-750x430

Tapas Behera
  • Published: Wednesday, 23 October 2019
  • Updated: 23 October 2019, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ନିବେଦନ ଓ ପ୍ୟାକେଜ୍ ଘୋଷଣା ସତ୍ୱେ ମାତ୍ର ୧୧ଟି ପରିବାର ଇତିମଧ୍ୟରେ ନିଜର ଜାଗା(ଭିଟାମାଟି) ଛାଡ଼ିବାକୁ ସମ୍ମତି ଜଣାଇଛନ୍ତି। ଶ୍ରୀମନ୍ଦିରର ୭୫ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ପରିବାରଗୁଡ଼ିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ କରିବା ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିବା ସତ୍ତେ୍ୱ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତାକୁ ନେଇ ଉତ୍ସାହ ଦେଖିବାକୁ ମିଳୁନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ଐତିହ୍ୟ ଜୋନର ବିକାଶ ପାଇଁ ଜାଗା ଦେଇଥିବା ୧୧ଟି ପରିବାରକୁ ଲୋକସେବା ଭବନ ଡକାଇ ମୁଖ୍ୟମନ୍ତ୍ରୀଙ୍କ ହାତରେ ସମ୍ବର୍ଦ୍ଧିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୁରୀରେ ନିଜର ଜାଗା ଦେଇଥିବା ୧୧ଟି ପରିବାରର ମୁଖିଆଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବା ସହ ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ରାଜ୍ୟ ସରକାରଙ୍କ ପ୍ୟାକେଜର ଲାଭ ନିଅନ୍ତୁ ଓ ଏହି ମହାନ ତ୍ୟାଗ ପାଇଁ ଓଡ଼ିଆ ଜାତିର ଭବିଷ୍ୟତ ପୀଢ଼ି ସର୍ବଦା ମନେ ରଖିବ ବୋଲି ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଯେଉଁମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସେମାନେ ହେଲେ ସଂଯୁକ୍ତା ସାମଲ, ଚନ୍ଦ୍ରକାନ୍ତି ଦାସ, କୁମୁଦିନୀ ଗୁରୁ, ରମାଦେବୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବ୍ରଜକିଶୋର ପଣ୍ଡା, ଗଦାଧର ପାଢ଼ୀ, କଳୀଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ରାଜକିଶୋର ସାହୁ, ଶଶୀଭୂଷଣ ଦାସ ଓ ସେମାନଙ୍କର ପରିବାରବୃନ୍ଦ।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀରେ ଶ୍ରୀମନ୍ଦିରର ୭୫ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରାୟ ୨୭୦ଟି ପରିବାର ଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ସରକାରଙ୍କ ପ୍ୟାକେଜକୁ ନେଇ ସନ୍ତୁଷ୍ଟ ନାହାନ୍ତି। ସରକାର ମଧ୍ୟ ଏହି ବିସ୍ଥାପିତ ହେବାକୁ ଥିବା ପରିବାର ସହ କୌଣସି ପ୍ରକାରର ଆଲୋଚନା ପାଇଁ ବି ଉଦ୍ୟମ କରୁନଥିବା ଜଣାପଡ଼ିଛି। ଯେଉଁଥିପାଇଁ ପୁରୀର ବାସେଳି ସାହିର ଅଧିକାଂଶ ପରିବାର ଏବେବି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା ପ୍ରତି ଆସ୍ଥା ପ୍ରକଟ କରିପାରୁନାହାନ୍ତି।

ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଗଷ୍ଟ ଶେଷ ସପ୍ତାହରେ ପୁରୀର ବାସିନ୍ଦାମାନଙ୍କୁ ଏହି ସୁରକ୍ଷା ଜୋନ୍ ମଧ୍ୟରେ ଥିବା ପରିବାରକୁ ନିଜର ଜାଗା ଦେବାକୁ ଅନୁରୋଧ କରିଥିବାବେଳେ ସେପ୍ଟେମ୍ବର ୨ତାରିଖରେ ପ୍ୟାକେଜ୍ ଘୋଷଣା କରିଥିଲେ। ସରକାରୀସ୍ତରରେ ଏନେଇ ବିଜ୍ଞପ୍ତି ପ୍ରକାଶର ମାସକ ମଧ୍ୟରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସୁରକ୍ଷା ଜୋନରେ ଥିବା ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କିରବେ ସେମାନଙ୍କୁ ପ୍ୟାକେଜର ୧୦ପ୍ରତିଶତ ଅଧିକ ଅର୍ଥ ସହାୟତା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଏହା ସତ୍ତେ୍ୱ ନିର୍ଦ୍ଧାରିତ ଅବଧି ମଧ୍ୟରେ ୨-୩ଜଣଙ୍କୁ ଛାଡ଼ିଦେଲେ ବାକି କେହି ଏଭଳି ଆଗ୍ରହ ଦେଖାଇନଥିଲେ।
ରାଜ୍ୟ ସରକାର ଜମି ଅଧିଗ୍ରହଣ ଓ ବିସ୍ଥାପିତ ଆଇନ-୨୦୧୩ ଆଧାରରେ ସମ୍ପତ୍ତି ଅଧିଗ୍ରହଣ କରିବାକୁ ଚାହୁଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିସ୍ଥାପିତଙ୍କଠୁ ଜନଶୁଣାଣି କରିବା ଦିଗରେ ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos